ନାବାଳିକାଙ୍କୁ ବିବାହ ହେଲା ମୁଣ୍ଡବ୍ୟଥା: ଫସିଲେ ପାକ ସାଂସଦ


ବେଲୁଚିସ୍ତାନର ସାଂସଦ ସାଲାହୁଦ୍ଦିନ ଆୟୁବି
ପାକିସ୍ତାନର ଜନୈକ ସାଂସଦ ଜଣେ ନାବାଳିକାଙ୍କୁ ବିବାହ କରିବା ଘଟଣା ପାକିସ୍ତାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ପାକିସ୍ତାନ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟରୁ ପ୍ରକାଶ, ଜମାତ୍‌ ଉଲେମା-ଇ-ଇସଲାମର ନେତା ତଥା ବେଲୁଚିସ୍ତାନର ସାଂସଦ ସାଲାହୁଦ୍ଦିନ ଆୟୁବି ବେଲୁଚିସ୍ତାନର ଜନୈକା ୧୪ ବର୍ଷୀୟା ନାବାଳିକାକୁ ବିବାହ କରିବା ପରେ ବିବାଦ ମୁଣ୍ଡ ଟେକିଛି।

ସ୍ଥାନୀୟ ଗଣମାଧ୍ୟମ ପାକ୍‌ ଅବଜରଭର ଅଭିଯୋଗ କରିଛି ଯେ ସାଂସଦଙ୍କ ବୟସ ଏବେ ୫୦ ବର୍ଷ ହୋଇଥିବା ବେଳେ ସେ ୧୪ ବର୍ଷୀୟା ନାବାଳିକାକୁ ବିବାହ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଚିତ୍ରାଲରେ ମହିଳାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓର ରିପୋର୍ଟକୁ ଆଧାର କରି ପାକିସ୍ତାନର ଅନ୍ୟତମ ପ୍ରମୁଖ ସମ୍ବାଦପତ୍ର ଡନ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନାବାଳିକା ଜଣକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୁଗୁରର ଛାତ୍ରୀ। ସେଠାରେ ତାଙ୍କ ଜନ୍ମ ତାରିଖ ୨୮ ଅକ୍ଟୋବର ୨୦୦୬ ରେକର୍ଡ କରାଯାଇଛି। ବାଳିକା ଜଣକ ଏବେ ନାବାଳିକା ଥିବାବେଳେ ବିବାହ ବୟସ ହାସଲ କରିନାହାନ୍ତି। ପାକିସ୍ତାନରେ ପ୍ରଚଳିତ ଆଇନ ଅନୁଯାୟୀ ୧୬ ବର୍ଷ ବୟସରୁ କମ୍‌ ବାଳିକାମାନେ ବିବାହ କରିପାରିବେ ନାହିଁ। ବୋଲି ନିୟମ ରହିଥିବା ବେଳେ ଖୋଦ୍‌ ପାକିସ୍ତାନ ସାଂସଦଙ୍କର ଏହି ୧୪ ବର୍ଷୀୟା ନାବାଳିକାକୁ ବିବାହ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ