ଶ୍ରଦ୍ଧାଙ୍କ ଏହି ଝଲକ ପ୍ରଶଂସକଙ୍କୁ କଲା କ୍ରେଜି


ଶ୍ରଦ୍ଧାଙ୍କ କୁଲ ଅବତାର
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଆରାମଦାୟକ ହେବା ସହିତ ବହୁତ ସିମ୍ପଲ ହୋଇଥାଏ, ଏଥିରେ କୌଣସି ଦ୍ବିମତ ନାହିଁ। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି। ଶ୍ରଦ୍ଧା ସିମ୍ପଲ ଏବଂ ଆକର୍ଷଣୀୟ ଲୁକରେ ଦେଖିବାକୁ ମିଳିଥିଲା। ନିଜର କାଜୁଆଲ ଆଉଟିଂ ପାଇଁ ଶ୍ରଦ୍ଧା କପୁର ଏଚ ଏଣ୍ଡ ଏମ ଫ୍ୟାଶନ ଲେବଲ ଦ୍ବାରା ଡିଜାଇନ କରାଯାଇଥିବା ହ୍ବାଇଟ କଟଆଉଟ ସ୍ଲିଭସଯୁକ୍ତ ଲୁଜ ଫିଟ ଟି-ଶାର୍ଟ ପିନ୍ଧିଥିଲେ। ଏହାକୁ ଶୁଦ୍ଧ କଟନ ଫ୍ୟାବ୍ରିକରେ ତିଆରି କରାଯାଇଛି।

ଶ୍ରଦ୍ଧାଙ୍କ ଏହି ଟି-ଶାର୍ଟ ଉପରେ ପାଷ୍ଟେଲ ଶେଡସରେ ଏକ୍ସପ୍ଲୋର ନାସା ଭଳି ଶବ୍ଦ ଲେଖାଯାଇଛି। ଯାହା ଏହି ସିମ୍ପଲ ଆଟାୟରକୁ ଆହୁରି ଆକର୍ଷଣୀୟ କରୁଛି। ଯଦି ଆପଣ ଶ୍ରଦ୍ଧାଙ୍କ ଭଳି ଏହି ଟ’ଶାର୍ଟ ପିନ୍ଧିବାକୁ ଚାହୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ମାତ୍ର ୭୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଶ୍ରଦ୍ଧାଙ୍କ ଓଭରଅଲ ଲୁକ ବହୁତ ସୁନ୍ଦର ଥିଲା। ଏହି ଟି’ଶାର୍ଟ ସହିତ ଶ୍ରଦ୍ଧା ବ୍ଲାକ ହଟ ପ୍ୟାଣ୍ଟ ଓ ପିଙ୍କ ସ୍ନିକର୍ସରେ ନିଜ ଲୁକକୁ ପୂରା କରିଥିଲେ। ଏଥିସହିତ ଶ୍ରଦ୍ଧା ବ୍ଲାକ କ୍ୟାପ ଷ୍ଟାଇଲ ଏଲିମେଣ୍ଟ ଆଡ କରିବା କାମ କରୁଥିଲା। ଏହି ସମୟରେ ଶ୍ରଦ୍ଧା ବହୁତ ସିମ୍ପଲ ମେକଅପ ନେଇଥିଲେ। ଲାଇଟ ୱେଟ ଫାଉଣ୍ଡେସନ ସହ ଗ୍ଲସି ଲିପ୍ସ, ବେସିକ ଆଇଲାଇନର ଶ୍ରଦ୍ଧାଙ୍କ ଲୁକକୁ ଆକର୍ଷଣୀୟ କରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ