ହସାଇବା, ଡରାଇବା ପାଇଁ ଆସୁଛି ‘ଭୂତ ପୋଲିସ’


ଭୂତ ପୋଲିସର ପୋଷ୍ଟର
ହରର କମେଡି ସିନେମା ‘ଭୂତ ପୋଲିସ’ ୧୦ ସେପ୍ଟେମ୍ବରରେ ବଡ଼ ପରଦାରେ ରିଲିଜ ହେବାକୁ ସଜବାଜ ହେଉଛି। ଏହି ସିନେମାରେ ସୈଫ ଅଲୀ ଖାନ, ୟାମୀ ଗୌତମ, ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ, ଅର୍ଜୁନ କପୁର ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ପୋଷ୍ଟର ବହୁତ ସୁନ୍ଦର ହୋଇଛି। ପୂରା ଷ୍ଟାରକାଷ୍ଟ ମଧ୍ୟ ପୋଷ୍ଟରରେ ନଜର ଆସୁଛନ୍ତି।

ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ସୈଫ ଓ ଅର୍ଜୁନ କପୁରଙ୍କ ସିନେମା ‘ଭୂତ ପୋଲିସ’ ୧୦ ସେପ୍ଟେମ୍ବରରେ ସିନେମାଘରେ ରିଲିଜ ହେବାକୁ ଯାଉଛି। ଏହି ସିନେମାର ନିର୍ଦେଶନା ପୱନ କ୍ରିପଲାନି ଦେଇଛନ୍ତି। ଏଥିରେ ୟାମୀ ଓ ଜ୍ୟାକଲିନ ମଧ୍ୟ ଅଭିନୟ କରୁଛନ୍ତି ବୋଲି ତରନ ଲେଖିଛନ୍ତି। ସେହିପରି ଏହି ସିନେମାର ପୋଷ୍ଟର କରୀନା କପୁର ଖାନ ମଧ୍ୟ ଶେୟାର କରିଛନ୍ତି। ହସିବା ସହିତ ଚିତ୍କାର କରିବାକୁ ପ୍ରସ୍ତୁତ ହୋଇଯାଅ। କାରଣ ୧୦ ସେପ୍ଟେମ୍ବରରେ ‘ଭୂତ ପୋଲିସ’ ଆସୁଛି ବୋଲି କରୀନା ପୋଷ୍ଟର ଶେୟାର କରି ଲେଖିଛନ୍ତି।

ଏହି ସିନେମାର ପୋଷ୍ଟରରେ ୪ ଜଣ ଲୋକ ପଛ ପଟକୁ ମୁହଁ କରି ଠିଆ ହୋଇଥିବା ନଜର ଆସୁଛି। ସେହିପରି ସୈଫ ହାତରେ ଏକ କଙ୍କାଳ ଧରିଥିବା ଦେଖିବାକୁ ମିଳୁଛି। ୟାମୀ ମଧ୍ୟ ହାତରେ ମସାଲ ଧରିଥିବା ଦେଖିବାକୁ ମିଳୁଛି। ସମସ୍ତଙ୍କ ଆଉଟଫିଟ ବହୁତ କୁଲ ଲାଗୁଛି। ପୋଷ୍ଟରରେ ପୂର୍ଣ୍ଣ ଚନ୍ଦ୍ର ନଜର ଆସୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ