ଗୁଜରାଟରେ ୨ଟି ଯାକ ରାଜ୍ୟସଭା ଆସନ ଜିତିଲା ବିଜେପି


ବିଜୟ ପରେ ବିଜେପି କର୍ମକର୍ତ୍ତା
ଗୁଜରାଟରେ ଖାଲି ହୋଇଥିବା ୨ଟି ଯାକ ରାଜ୍ୟସଭା ଆସନରେ ବିଜେପି ବିଜୟୀ ହୋଇଛି। ଖାଲି ହୋଇଥିବା ୨ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି। ଏପରିକି ଦୀର୍ଘ ବର୍ଷ ଧରି ଭେଟେରାନ କଂଗ୍ରେସ ନେତା ଅହମଦ ପଟେଲ ଗୋଟିଏ ଆସନରେ ଜିତି ଆସୁଥିଲା ବେଳେ ତାଙ୍କ ପରଲୋକରେ ଖାଲି ହୋଇଥିବା ଆସନକୁ ମଧ୍ୟ ଏଥର ବିଜେପି କବଜା କରିବାରେ ସଫଳ ହୋଇଛି। ୧୯୯୩ ମସିହାରୁ ଅହମଦ ପଟେଲ ରାଜ୍ୟସଭାରେ ନିୟମିତ ଭାବେ ପ୍ରତିନିଧିତ୍ବ କରି ଆସୁଥିଲେ। ଗତ ବର୍ଷ ନଭେମ୍ବର ୨୫ ତାରିଖରେ ତାଙ୍କର ନିଧନ ପରେ ସେହି ଆସନ ଖାଲି ପଡ଼ିଥିଲା। ସେହିପରି ବିଜେପି ଟିକେଟରେ ନିର୍ବାଚିତ ହୋଇଥିବା ଅଭୟ ଭରଦ୍ବାଜ ମଧ୍ୟ କୋରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇବାରୁ ଆଉ ଗୋଟିଏ ଆସନଟି ମଧ୍ୟ ଖାଲି ପଡ଼ିଥିଲା। ଫଳରେ ଏହି ଦୁଇଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଖାଲି ହୋଇଥିବା ଦୁଇଟି ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଦିନେଶଚନ୍ଦ୍ର ଅନବଦିଆ ଓ ରମ୍ଭାଇ ମୋକରିଆ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି। ୧୮୨ ଆସନ ବିଶିଷ୍ଟ  ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୧୧ ରହିଥିଲା ବେଳେ କଂଗ୍ରେସର ସଦସ୍ୟ ସଂଖ୍ୟା ୬୫ରେ ସୀମିତ ରହିଛି। ତେଣୁ କଂଗ୍ରେସ ଏହି ଉପନିର୍ବାଚନରେ କୌଣସି ପ୍ରାର୍ଥୀ ନ ଦେବାରୁ ବିଜେପିର ୨ ପ୍ରାର୍ଥୀଙ୍କୁ ରିଟର୍ଣ୍ଣିଂ ଅଫିସର ବିଜୟୀ ଘୋଷଣା କରିଛନ୍ତି। ନିର୍ବାଚିତ ହୋଇଥିବା ଅନବଦିଆ ଗୁଜରାଟ ରାଜ୍ୟ ପରିବହନ ନିଗମର ନିର୍ଦେଶକ ଭାବେ କାମ କରୁଥିଲା ବେଳେ ମୋକରିଆ ଦୀର୍ଘ ୪୦ ବର୍ଷ ହେଲା ଜଣେ ସକ୍ରିୟ ବିଜେପି କର୍ମୀ ଭାବେ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ