ବିଶ୍ଵ
ଇଟାଲୀର ରାଷ୍ଟ୍ରଦୂତଙ୍କୁ ହତ୍ୟା କଲେ ଅଜ୍ଞାତ ବନ୍ଧୁକଧାରୀ

ଇଟାଲୀର ରାଷ୍ଟ୍ରଦୂତ ଲୁକା ଅତାନାସିଓ (ଫାଇଲ୍ ଫଟୋ)
ରୋମ୍: କଙ୍ଗୋରେ ଇଟାଲୀର ରାଷ୍ଟ୍ରଦୂତ ଲୁକା ଅତାନାସିଓଙ୍କୁ ହତ୍ୟା କରାଯାଇଛି। ସେ ମିଳିତ ଜାତିସଂଘ ସ୍ଥିରୀକରଣ ମିଶନର କାରକେଡ୍ରେ କଙ୍ଗୋ ଯାତ୍ରା କରୁଥିବାବେଳେ ଗୋମାରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ସେନା ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇଟାଲୀ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।
କଙ୍ଗୋରୁ ମିଳିଥିବା ସୂଚନା ଅନୁସାରେ, ଜାତିସଂଘର ବିଶ୍ଵ ଖାଦ୍ୟ ଶସ୍ୟ କାର୍ଯ୍ୟକ୍ରମର ଟିମ୍ ଉପରେ ଗୋମା ନିକଟରେ ଆକ୍ରମଣ ହୋଇଛି। କାର୍କେଡ୍ ଉପରେ କେତେକ ଅଜ୍ଞାତ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲେ। ଫଳରେ ଲୁକା ଏବଂ ତାଙ୍କ ଅଙ୍ଗରକ୍ଷୀ ଥିବା ଜଣେ ସେନା ଅଧିକାରୀଙ୍କ ଶରୀରରେ ଗୁଳି ବାଜିଥିଲା। ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ