ଉଚ୍ଚସ୍ତରୀୟ ବୈଠକରେ କୋଭିଡ ସ୍ଥିତି ସମୀକ୍ଷା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ


କୋରୋନା ନେଇ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କୋରୋନା ସଂକ୍ରମଣ ଉପରମୁହାଁ ରହିଛି। ଏହାକୁ ଦେଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏସବୁ ରାଜ୍ୟର ସ୍ଥିତି ଓ ଏହାର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା, ଦୁଇ ମନ୍ତ୍ରାଳୟର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇ ଆଲୋଚନା କରିଛନ୍ତି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ କୋରୋନା ସଂକ୍ରମଣ ପୁଣି ଥରେ ବଢ଼ିବା ଆରମ୍ଭ କରିଥିବାରୁ ଉଦବେଗ ପ୍ରକାଶ ପାଇଛି। ପ୍ରାୟ ବର୍ଷକର ବ୍ୟବଧାନ ପରେ ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରକୁ ଆସିଥିଲା ବେଳେ କେଉଁ କାରଣ ପାଇଁ ଏସବୁ ରାଜ୍ୟରେ ପୁଣି ଥରେ ସଂକ୍ରମଣ ବଢ଼ୁଛି ତାହାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଛି।

ଲୋକେ କୋରୋନା ପାଇଁ ଜାରି ହୋଇଥିବା ଗାଇଡଲାଇନ ନ ମାନିବା କରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ରଖିବା ଓ ଗହଳି ଏଡ଼ାଇବା ଉପରେ ପୁଣି ଗୁରୁତ୍ବାରୋପ କରାଯାଇଛି। ସେହିପରି ଦେଶରେ ଚାଲିଥିବା କୋରୋନା ଟିକାକରଣ ନେଇ ମଧ୍ୟ ଆଲୋଚନା ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ନେଇ ଯେଉଁ ଟାର୍ଗେଟ ଧାର୍ଯ୍ୟ କରାଯାଇଛି, ତାହାକୁ ପୂରଣ କରାଯିବା ନେଇ କାର୍ଯ୍ୟ କରିବାକୁ ବି କୁହାଯାଇଛି। ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ କିପରି ଭାବେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ କରାଯିବ, ତାହା ଉପରେ ବି ବୈଠକରେ ସବିଶେଷ ଆଲୋଚନା ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ