ଜାଣନ୍ତୁ ସିଙ୍ଗଲ ରହିବାର ଫାଇଦା


ପ୍ରତୀକାତ୍ମକ ଫଟୋ
କାହାରି ସହିତ ଜୀବନ ବିତାଇବାର ଅନେକ ଫାଇଦା ରହିଛି। କିନ୍ତୁ ସିଙ୍ଗଲ ରହିବା ମଧ୍ୟ କୌଣସି ଖରାପ କଥା ନୁହେଁ। ଏକୁଟିଆ ରହିବା ପରେ ନିଜକୁ ଚିହ୍ନିବାର ଉତ୍ତମ ସୁଯୋଗ ମିଳିଥାଏ। ଏହାଦ୍ବାରା ଆପଣ ନିଜକୁ ବହୁତ ପାଖରୁ ଜାଣିପାରନ୍ତି। ତେଣୁ ଏକୁଟିଆପଣ ପ୍ରତି ନିଜର ଦୃଷ୍ଟିକୋଣ ବଦଳାଇବାର ଆବଶ୍ୟକତା ରହିଛି। ସିଙ୍ଗଲ ରହିବାର ମଧ୍ୟ ଅନେକ ଫାଇଦା ରହିଛି। ଏହା ଆପଣଙ୍କ ଜୀବନରେ ମସ୍ତି ଭରିବା ସହିତ ଚିନ୍ତା ଦୂର କରି ନିଜ ବିଷୟରେ ଚିନ୍ତା କରିବାର ସୁଯୋଗ ଦେଇଥାଏ।

ନିଜ ପାଇଁ ମିଳିଥିବା ସମୟ
ସିଙ୍ଗଲ ରହିବା ଦ୍ବାରା ନିଜ ପାଇଁ ଓ ନିଜ ପ୍ରତିଭାକୁ ଚମକାଇବା ଲାଗି ସୁଯୋଗ ମିଳିଯାଏ। ଆପଣ ନିଜ ସଉକ ପୂରା କରିପାରିବେ। ଏକୁଟିଆ ରହିବା ଦ୍ବାରା କୌଣସି ପସନ୍ଦର ସ୍ଥାନକୁ ଭ୍ରମଣ କରିବାକୁ ଯିବାର ମଧ୍ୟ ଯୋଜନା କରିପାରିବେ।

ନିଜର ଧ୍ୟାନ ରଖିବା
ଋିଲେସନଶିପରେ ରହିବା ଦ୍ବାରା ଦାୟିତ୍ବ ଏତେ ବଢ଼ିଯାଏ ଯେ ନିଜ ବିଷୟରେ ଚିନ୍ତା କରିବା, ନିଜ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ସୁଯୋଗ ମିଳି ନ ଥାଏ। ଏପରିସ୍ଥଳେ ସିଙ୍ଗଲ ରହିବା ଦ୍ବାରା ନିଜର ଧ୍ୟାନ ଦେବାକୁ ସମୟ ମିଳିଯାଏ।

ସାଙ୍ଗମାନଙ୍କ ସହ ସମୟ ବିତାଇବା
କୌଣସି ଦାୟିତ୍ବ ନ ଥିଲେ, କୌଣସି ରୋକ ଟୋକ ନ ଥିଲେ ନିଜ ସାଙ୍ଗମାନଙ୍କ ସହ ଅଧିକ ସମୟ ବିତାଇପାରିବେ। ଜୀବନର ମଜା ନେଇପାରିବେ। ବାହାରକୁ ବୁଲିବାକୁ ଯାଇପାରିବେ।

କାମ ଉପରେ ଧ୍ୟାନ
ସିଙ୍ଗଲ ଥିଲେ କାମ ଉପରେ ଅଧିକ ଧ୍ୟାନ ଦେଇପାରିବେ। ନିଜ କ୍ୟାରିଅରକୁ ନେଇ କୌଣସି ନୂଆ ଯୋଜନା କରିପାରିବେ। କାମ ପାଇଁ ଅଧିକ ସମୟ ମଧ୍ୟ ଦେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ