ମସ୍ତିଷ୍କର କ୍ଷମତା ବଢ଼ାଏ ପାୱାର ନ୍ୟାପ


ପ୍ରତୀକାତ୍ମକ ଫଟୋ
କାମ କରିବା ସମୟରେ ନିଦ ମାଡ଼ିଲେ ସାଧାରଣତଃ ଲଜ୍ଜା ଲାଗିଥାଏ। କିନ୍ତୁ ଏହାକୁ ନେଇ ଖରାପ ଭାବିବାର କୌଣସି ଆବଶ୍ୟକତା ନାହିଁ। ମଧ୍ୟାହ୍ନ ଭୋଜନ ପରେ ସ୍ବଳ୍ପ ନିଦ୍ରା (ପାୱାର ନ୍ୟାପ) ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବଢ଼ାଇପାରେ। ଚାଲନ୍ତୁ ଜାଣିବା ପାୱାର ନ୍ୟାପର ଫାଇଦା।

ପାୱାର ନ୍ୟାପ କ’ଣ
୯୦ ମିନିଟର ସ୍ବଳ୍ପ ନିଦ୍ରା ବୟସ୍କଙ୍କ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବଢ଼ାଇଦିଏ। ତେବେ ଏହି ସମୟରେ ଅଧିକ ସ୍ନୁଜ ବା ନ୍ୟାପ ନେବା କିଛିଟା ସମସ୍ୟା ସୃଷ୍ଟି କରିପାରେ। ସାରଲ୍ୟାଣ୍ଡ ୟୁନିଭର୍ସିଟି ଗବେଷଣାରୁ ଜଣାପଡ଼ିଛି ଯେ ଏକ ଘଣ୍ଟାର ନ୍ୟାପ ୪୧ ଜଣ ବ୍ୟକ୍ତିଙ୍କ ସ୍ମରଣଶକ୍ତି ଉପରେ ପ୍ରଭାବ ପକାଇଥିଲା। ପାୱାର ନ୍ୟାପ ନେଉଥିବା ଲୋକଙ୍କ ସ୍ମରଣଶକ୍ତି ଅନ୍ୟମାନଙ୍କ ତୁଳନାରେ ଭଲ ଥିଲା। ଜର୍ଣ୍ଣାଲ ନ୍ୟୁରୋବାୟୋଲୋଜି ଅଫ ମେମୋରୀ ଏକ୍ସେଲ ରିକଭରି ମୁତାବକ ୪୫ରୁ ୬୦ ମିନିଟର ପାୱାର ନ୍ୟାପ ସ୍ମରଣଶକ୍ତି ରିକଭରି କରିବାରେ ୫ ଗୁଣା ସୁଧାର ହୋଇଥାଏ। ଏହା ସ୍ମରଣ ଶକ୍ତି ବଢ଼ାଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

ଅଧିକ ସମୟ ନ୍ୟାପ ସମସ୍ୟାର କାରଣ ହୋଇପାରେ
ନ୍ୟାପ କେବଳ ଫାଇଦା ଦେଇ ନ ଥାଏ, ଅଧିକ ସମୟ ନ୍ୟାପ ନେବା ଫଳରେ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ଏହାଦ୍ବାରା ଆପଣ ଅସ୍ଥାୟୀ ଅନିଦ୍ରାପଣର ଶିକାର ହୋଇପାରନ୍ତି। ଅଧିକ ସମୟ ନ୍ୟାପ ନେଉଥିବା ଲୋକେ ମୁଣ୍ଡବୁଲା ଅନୁଭବ କରିଥାନ୍ତି। ଅଧିକ ସମୟ ଶୋଇବା ଫଳରେ ମତିଭ୍ରମ ହୋଇଥାଏ। ରାତିରେ ଠିକରେ ନିଦ ହୋଇ ନ ଥାଏ। ତେଣୁ ସୀମିତ ସମୟ ଯାଏ ନ୍ୟାପ ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ