ଫେଙ୍ଗଶୁଇ ଅନୁସାରେ ଏପରି ରଖନ୍ତୁ ୱାଲେଟର ଧ୍ୟାନ


ପ୍ରତୀକାତ୍ମକ ଫଟୋ
ୱାଲେଟ ବ୍ୟବହାର କରୁଥିଲେ ଏହାକୁ ସଫା ରଖିବା ଜରୁରୀ। ଏହା ଭିତରେ ଜିନିଷ କେଉଁ ଭଳି ସଜାଇ ରଖିବେ, ତାହା ମଧ୍ୟ ଜରୁରୀ। ବେଳେବେଳେ ୱାଲେଟ କିମ୍ବା ପର୍ସରେ ରଖାଯାଇଥିବା ଅବ୍ୟବସ୍ଥିତ ଜିନିଷ କାରଣରୁ ଆପଣଙ୍କର ଆର୍ଥିକ ଅଭାବ ଆସିପାରେ। ସେହିପରି ଫେଙ୍ଗଶୁଇ ଅନୁସାରେ ଏକ ବ୍ୟବସ୍ଥିତ ୱାଲେଟ ଧନର ବର୍ଷା ମଧ୍ୟ କରିପାରେ। ଚାଲନ୍ତୁ ଜାଣିବା ୱାଲେଟକୁ ନେଇ ଫେଙ୍ଗଶୁଇର କେତେକ ଟିପସ ସମ୍ପର୍କରେ।

ୱାଲେଟ ସଫା କରିବା ସମୟରେ ଏଥିରେ ରଖିଥିବା ସମସ୍ତ ଜିନିଷକୁ ବାହାରକୁ ବାହାର କରି ଏହାକୁ ଭିତରୁ ଓ ବାହାରୁ ଭଲ ଭାବେ ସଫା କରନ୍ତୁ। ଏଥିପାଇଁ ଆପଣ କୌଣସି କପଡ଼ା ଓ ଟିସ୍ୟୁରେ ଏହାକୁ ଭଲ ଭାବେ ପୋଛନ୍ତୁ। ଯଦି ଆପଣଙ୍କ ୱାଲେଟ ୱାଟରପ୍ରୁଫ ଏହାକୁ ଓଦା କପଡ଼ାରେ ଭଲ ଭାବେ ସଫା କରନ୍ତୁ।

ବେଳେବେଳେ ଶପିଂ ବିଲ କିମ୍ବା ପାର୍କିଂ ରସିଦକୁ ପର୍ସରେ ରଖି ଭୁଲି ଯାଇଥାନ୍ତି। ଏହା ବିନା କୌଣସି ଉପଯୋଗରେ ଦୀର୍ଘ ଦିନ ରହିଯାଏ। ଏହି ବିଲ ନକାରାତ୍ମକତାର ପ୍ରତୀକ। ତେଣୁ ଏହାକୁ ୱାଲେଟରୁ ବାହାର କରନ୍ତୁ। ସେହିପରି ଇନଭାଲିଡ କ୍ରେଡିଟ କାର୍ଡସ ଓ ଡେବିଟ କାର୍ଡ ମଧ୍ୟ ୱାଲେଟରେ ରଖନ୍ତୁନି। ପର୍ସରେ ଟଙ୍କା ରଖିବାବେଳେ ମୋଡ଼ି ରଖନ୍ତୁନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ