ଖସିପଡ଼ିଲା ଲିଫ୍ଟ: ଅଳ୍ପକେ ବର୍ତ୍ତିଲେ କମଳନାଥ, କଥାହେଲେ ଚୌହାନ୍


କମଳନାଥ ଓ ତାଙ୍କର ଦୁଇ ସହଯୋଗୀ
ରବିବାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ। ସେ ତାଙ୍କର କେତେକ ସହଯୋଗୀଙ୍କ ସହ ଲିଫ୍ଟରେ ଯାଉଥିବା ବେଳେ ଅଚାନକ ତାହା ୧୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। କିନ୍ତୁ ଏଥିରେ କାହାର କିଛି କ୍ଷତି ଘଟି ନ ଥିଲା। କମଳନାଥ ଓ ତାଙ୍କର କେତେ ଜଣ କଂଗ୍ରେସ ସହଯୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଇନ୍ଦୋରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ରାମେଶ୍ୱର ପଟେଲ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଭେଟିବା ସକାଶେ କମଳନାଥ ଓ ତାଙ୍କର ସହଯୋଗୀମାନେ ଯାଇଥିଲେ। ସହଯୋଗୀଙ୍କ ମଧ୍ୟରେ ସଜ୍ଜନ ସିଂହ ବର୍ମା ଓ ଜିତୁ ପଟିୱାରୀ ଥିଲେ। ସମସ୍ତେ ଲିଫ୍ଟ ଯୋଗେ ଉକ୍ତ ହସ୍ପିଟାଲର ଉପର ମହଲାକୁ ଯାଉଥିବା ବେଳେ ଅଚାନକ ଏପରି ଅଘଟଣର ଶିକାର ହୋଇଥିଲେ। ରାମେଶ୍ୱର ଚିକିତ୍ସିତ ହେଉଥିବା ୱାର୍ଡ ନିକଟରେ ଲିଫ୍ଟ ପହଞ୍ଚିଥିଲେ ହେଁ କିଛି ବାଟ ପୂର୍ବରୁ ତାହା ଖରାପ ହୋଇଯାଇଥିଲା। ଫଳରେ ଏହା ୧୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ତେବେ କ୍ଷମତାଠାରୁ ଉକ୍ତ ଲିଫ୍ଟରେ ଅଧିକ ସଂଖ୍ୟକ ଲୋକ ଚଢ଼ିଥିବାରୁ ତାହା ଖରାପ ହୋଇଯାଇଥିଲା ବୋଲି ହସପିଟାଲ୍ ଡାଇରେକ୍ଟର କହିଛନ୍ତି।

ଲିଫ୍ଟଟି ଖରାପ ହେବା ପରେ ତା’ର ଦ୍ୱାର ଜାମ୍ ହୋଇଯାଇଥିଲା। କମଳ ନାଥଙ୍କ ସୁରକ୍ଷାକର୍ମୀ ଓ ଇଞ୍ଜିନିୟରମାନେ ତୁରନ୍ତ ଲିଫ୍ଟର ଦ୍ୱାରକୁ କଟର୍ ସହାୟତାରେ କାଟି ସେଥିରେ ଫସିଥିବା କଂଗ୍ରେସ ନେତାମାନଙ୍କୁ ଉଦ୍ଧାର କରିଥିଲେ। ଏନେଇ ଜାଣିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଫୋନ୍ କରି କମଲନାଥଙ୍କ ସହ କଥା ହୋଇଥିଲେ। ଏଥିସହ ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଟ୍ବିଟ୍ କରି ଜଣାଇଛନ୍ତି। ସେ କହିଛନ୍ତି ଯେ ଇନ୍ଦୋରର ଏକ ଘରୋଇ ହସ୍ପିଟାଲ ଲିଫ୍ଟ ଅଘଟଣ ସମ୍ପର୍କରେ ଖବର ପାଇବା ପରେ ଏନେଇ ଫୋନ ଯୋଗେ କମଳନାଥଜୀଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛି। ଈଶ୍ୱରଙ୍କ କୃପାରୁ କମଳନାଥଜୀ ଓ ତାଙ୍କର ସହଯୋଗୀମାନେ ସୁରକ୍ଷିତ ଅଛନ୍ତି। ଏଥିସହ କେଉଁ କାରଣ ପାଇଁ ଲିଫ୍ଟଟି ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ଯାଞ୍ଚ୍ ପାଇଁ ଇନ୍ଦୋର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ଦେଇଥିବା ଚୌହାନ୍ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ