ବାଦ ବିବାଦ
ସୌନ୍ଦର୍ଯ୍ୟ କାଳ: ପଦରୁ ଇସ୍ତଫା ଦେବାକୁ ରୋମାନିଆ ସୁନ୍ଦରୀଙ୍କ ଉପରେ ଚାପ

ରୋମାନିଆର ବିଉଟି କୁଇନ କ୍ଲାଉଡିଆ ଆର୍ଡେଲିନ
ଅଧିକ ସୁନ୍ଦରୀ ହେବା ମଧ୍ୟ ଚିନ୍ତାର କାରଣ ହୋଇପାରେ। ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ଏଭଳି ଏକ ଘଟଣା ରୋମାନିଆରେ ଘଟିଛି। ରୋମାନିଆର ବିଉଟି କୁଇନ କ୍ଲାଉଡିଆ ଆର୍ଡେଲିନଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ଚାପ ପକାଯାଉଛି। ଏହାର କାରଣ ତାଙ୍କ ସୌନ୍ଦର୍ଯ୍ୟ।
ଆଇନ ଓ ୟୁରୋପିଆନ ଏଥିକ୍ସରେ ଡିଗ୍ରୀ ହାସଲ କରିଥିବା ୨୭ ବର୍ଷୀୟ କ୍ଲାଉଡିଆ ରୋମାନିଆ ସ୍ଥିତ ନିମୋଫୋଥାଇମିଓଲୋଜି କ୍ଲିନିକ ହସ୍ପିଟାଲ ବୋର୍ଡର ଏକ ପଦରେ କାର୍ଯ୍ୟ କରୁଛନ୍ତି। ଏହି ପଦ ପାଇଁ ତାଙ୍କୁ କୌଣସି ପ୍ରକାର ଦରମା ଦିଆଯାଉ ନାହିଁ। ପଦରେ ଯୋଗଦେବା ପରେ ପରେ ସୌନ୍ଦର୍ଯ୍ୟକୁ ଆଳ କରି ତାଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିଯୋଗୁ ବୋର୍ଡ ଅଫ୍ ଡାଇରେକ୍ଟର୍ସ କ୍ଲାଉଡିଆଙ୍କ ଠାରୁ ଦାବି କରିଥିଲେ ଇସ୍ତଫା।
ଡାଇରେକ୍ଟର୍ସଙ୍କ ନିଷ୍ପତ୍ତିରେ ଚିନ୍ତା ପ୍ରକଟ କରି ରୋମାନିଆ ସୁନ୍ଦରୀ କହିଛନ୍ତି, ପଦରେ ବଜାୟ ରହିବା ଲାଗି ମୋ ନିକଟରେ ଆବଶ୍ୟକୀୟ ଯୋଗ୍ୟତା ଓ ଦକ୍ଷତା ରହିଛି। ପେସାରେ ମୁଁ ଜଣେ ଡବଲ ଡିଗ୍ରୀଧାରୀ ଓକିଲ। ଦୁର୍ଭାଗ୍ୟବଶତଃ ରୋମାନିଆରେ କୁସଂସ୍କାର ଚାଲିଛି। କିନ୍ତୁ ସୌନ୍ଦର୍ଯ୍ୟ କାରଣରୁ ଜଣଙ୍କ ପେସା ପ୍ରଭାବିତ ହେବା ଉଚିତ ନୁହେଁ ବୋଲି କ୍ଲାଉଡିଆ ଦାବି କରି କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ