ଜାପାନକୁ କୋରୋନା ଗ୍ରହଣ: ଅଧିକ ମହିଳା କରିଛନ୍ତି ଆତ୍ମହତ୍ୟା


ପ୍ରତୀକାତ୍ମକ ଫଟୋ
ବିଶ୍ବର ଅନ୍ୟସବୁ ଦେଶ ତୁଳନାରେ ଜାପାନରେ ସବୁଠୁ ଅଧିକ ଆତ୍ମହତ୍ୟା ଘଟିଥିବା ଘଟଣା ସାମ୍ନାକୁ ଆସିଛି। କୋରୋନା କାଳରେ ଏହି ସ୍ଥିତି ଅଧିକ ସଙ୍ଗିନ ହୋଇଛି, ଯାହାକି ସବୁଠୁ ଅଧିକ ଉଦବେଗଜନକ। ଗତ ୧୧ ବର୍ଷ ତୁଳନାରେ ୨୦୨୦ରେ ପ୍ରଥମ ଥର ପାଇଁ ଜାପାନରେ ଆତ୍ମହତ୍ୟା ହାର ଅଧିକ ଥିବା ଜଣାଯାଇଛି। ଆଉ ଏକ ବିଶ୍ଳେଷଣ ଅନୁଯାୟୀ ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୧୫ ପ୍ରତିଶତ ଅଧିକ। ୨୦୧୯ ଅକ୍ଟୋବର ସୁଦ୍ଧା ଆତ୍ମହତ୍ୟା ସଂଖ୍ୟା ଠାରୁ ୭୦ ପ୍ରତିଶତ ଅଧିକ ଆତ୍ମହତ୍ୟା ଘଟଣା ୨୦୨୦ ଅକ୍ଟୋବରରେ ଘଟିଛି। ତେବେ ଏଭଳି କାହିଁକି ହେଉଛି? ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କୋରୋନାର କେଉଁ ଯନ୍ତ୍ରଣା ଅଧିକ ବ୍ୟଥିତ କରାଉଛି? ଏତେ ଅଧିକ ସଂଖ୍ୟକ ଜାପାନୀ ମହିଳା କୋରୋନା କାଳରେ କାହିଁକି ଆତ୍ମହତ୍ୟା କଲେ, ତାହାର କାରଣ ଖୋଜାଚାଲିଛି। ଏ ଦିଗରେ ଦେଶର ଆତ୍ମହତ୍ୟା ନିରାକରଣ ଓ ପରାମର୍ଶ କେନ୍ଦ୍ରରେ କାମ କରୁଥିବା ବିଶେଷଜ୍ଞମାନଙ୍କ ଠାରୁ ଆରମ୍ଭ କରି ସାମାଜିକ ସଂଗଠନ ଯାଏ ସମସ୍ତେ ଯୋଡ଼ି ହୋଇଛନ୍ତି।

ଜଣେ ୧୬ ବର୍ଷୀୟ ଯୁବତୀ ନିଜ ବଡ଼ଭାଇଙ୍କ ଦ୍ବାରା ହିଂସାର ଶିକାର ହେବା ପରେ ଘରଛାଡ଼ି ଚାଲିଆସିଲେ। ଏବେ ନିଃସଙ୍ଗତାର ଯନ୍ତ୍ରଣା ସହି ନ ପାରି ଆତ୍ମହତ୍ୟା କରୁଥିବା ବେଳେ ଉଦ୍ଧାର ହୋଇ ପରାମର୍ଶ କେନ୍ଦ୍ରରେ ସାମୟିକ ଅବସ୍ଥାନ କରୁଛନ୍ତି। ଏହି କେନ୍ଦ୍ରର ସଞ୍ଚାଳିକା ଜୁନ ତବିବାନାଙ୍କ ବୟସ ୪୦ରୁ ଅଧିକ। ଜୀବନକୁ ନେଇ ତାଙ୍କର ବହୁତ ବଡ଼ ଆଶା। ସଙ୍କଟରେ ପଡ଼ିଥିବା ଲୋକଙ୍କୁ କୋରୋନା ଅଧିକ ବିପଦଘେରକୁ ଟାଣିନେଲା ବୋଲି ସେ କହନ୍ତି। ଏବେ ମୁଁ ପ୍ରତିଦିନ ଆଶ୍ରୟ କେନ୍ଦ୍ରରେ ଏଭଳି ଅନେକ ମହିଳାଙ୍କ ସ୍ବର ଶୁଣେ। ଯେଉଁମାନେ କହନ୍ତି ଯେ ମୁଁ ମରିବାକୁ ଚାହେଁ। ମୋ ପାଖରେ ଏବେ ଆଉ ବଞ୍ଚିବା ପାଇଁ କୌଣସି ସ୍ଥାନ ନାହିଁ, ଯେଉଁଆଡ଼କୁ ଯାଇ ମୁଁ ବଞ୍ଚିପାରିବି। ମୁଁ ଏକା... ମୁଁ ନିଃସଙ୍ଗ... ମୁଁ ଗାଏବ ହୋଇଯିବାକୁ ଚାହେଁ...। ଆଦି ନିରାଶାର କଥା ଶୁଣିଚାଲିଛି ବୋଲି ଜୁନ ତବିବାନା କହନ୍ତି।

ଜଣେ ଯୁବତୀଙ୍କ ବୟାନ ଆଧାରରେ ଆଶ୍ରୟସ୍ଥଳ ସଞ୍ଚାଳିକା ଜୁନ କହନ୍ତି ଯେ ଝିଅଜଣକୁ ତାଙ୍କ ପିତା ଯୌନ ନିର୍ଯାତନା ଦେଉଥିଲେ। କୋରୋନା ସମୟରେ ଝିଅଟି କୁଆଡ଼େ ଯାଇ ରୋଜଗାର କରି ଚଳିବା ଭଳି ପରିସ୍ଥିତି ନ ଥିଲା। କିମ୍ବା ପିତାଙ୍କ ବିରୋଧରେ ସ୍ବରକୁ ଶାଣିତ କରିବାର ସାହସ ନ ଥିଲା।

ଏକ ଅସାଧାରଣ ଧାରା
୨୦୦୮ରେ ହୋଇଥିବା ବ୍ୟାଙ୍କିଙ୍ଗ ଏବଂ ୧୯୯୦ ଦଶକର ଆରମ୍ଭରେ ଷ୍ଟକ ମାର୍କେଟରେ ଦେଖାଦେଇଥିବା ସଙ୍କଟ ସମୟରେ ଅଧା ବୟସର ପୁରୁଷମାନେ ଅଧିକ ପ୍ରଭାବିତ ହୋଇଥିଲେ। ଏବଂ ୩୫ ବର୍ଷରୁ ୫୦ ବର୍ଷର ପୁରୁଷମାନେ ଅଧିକ ଆତ୍ମହତ୍ୟା କରିଥିଲେ। କିନ୍ତୁ ଚଳିତ ମହାମାରୀର କଥା ଅଲଗା। ଏଥିରେ ଯୁବା ମହିଳାମାନଙ୍କ କଷ୍ଟ ଅଧିକ ବଢ଼ିଯାଇଛି। ବିକଶିତ ଦେଶଗୁଡ଼ିକ ମଧ୍ୟରେ ଜାପାନ ହେଉଛି ଏଭଳି ଏକ ଦେଶ ଯେଉଁଠି ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳେ। ବିଗତ ଦଶନ୍ଧିରେ ଜାପାନ ପ୍ରାୟ ଏକ ତ୍‌ତୀୟାଂଶ ଆତ୍ମହତ୍ୟା ସଂଖ୍ୟାକୁ କମାଇବାରେ ସଫଳତା ପାଇଥିଲା। ଏ ପ୍ରସଙ୍ଗରେ କାମ କରୁଥିବା ଲୋକଙ୍କ ମଧ୍ୟରେ ମିସିକୋ ଭଏଜା ଅନ୍ୟତମ ପ୍ରମୁଖ ବ୍ୟକ୍ତି। ତାଙ୍କର କହିବା କଥା ହେଲା ହଠାତ କୋରୋନା ସମୟରେ ଆତ୍ମହତ୍ୟାପ୍ରବଣତା ବଢ଼ିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯେଉଁସବୁ ଉଦ୍ୟୋଗ ଗୁଡ଼ିକରେ ମହିଳାମାନେ କାମ କରୁଥିଲେ, ସେସବୁରେ କୋରୋନା କାଳରେ ବଡ଼ ପ୍ରଭାବ ପଡ଼ିଲା। ହୋଟେଲ, ପର୍ଯ୍ୟଟନ, ଆତିଥେୟତା, ମନୋରଞ୍ଜନ, ଶ୍‌ଙ୍ଗାର ଓ ସାଜସଜ୍ଜା, ବିଉଟି ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଠପ ହୋଇଗଲା। ଜାପାନରେ ବିବାହ ନ କରି ଏକାକୀ ରହୁଥିବା ମହିଳାଙ୍କ ଉପରେ ବି ସବୁଠୁ ବେଶୀ ସଙ୍କଟ ପଡ଼ିଲା। ଜାପାନରେ ଅବିବାହିତ ମହିଳାଙ୍କ ସଂଖ୍ୟା ଅଧିକ। ଏମାନଙ୍କ ମଧ୍ୟରୁ ବେଶୀଭାଗ ମହିଳା ଅନିଶ୍ଚିତ ଜୀବିକା କରନ୍ତି। କୋରୋନା ସମୟରେ ଅନିଶ୍ଚିତ ଜୀବିକା ଚାଲିଯିବା ପରେ ଏମାନଙ୍କ ପାଦ ତଳୁ ମାଟି ଖସିଯିବା ପରି ମନେହେବା ସ୍ବାଭାବିକ।

୨୦୨୦ ଅକ୍ଟୋବର ମାସରେ ୮୬୯ ଜଣ ମହିଳା ଆତ୍ମହତ୍ୟା କରିଥିଲେ। ୨୦୧୯ ଠାରୁ ଏହା ୭୦ ପ୍ରତିଶତ ଅଧିକ ଥିଲା। ଜାପାନରେ ଅକ୍ଟୋବର ମାସରେ କୋରୋନାରେ ୨୦୮୭ ଜଣ ମ୍‌ତ୍ୟୁବରଣ କରିଥିବା ବେଳେ ଆତ୍ମହତ୍ୟାର ସଂଖ୍ୟା ଥିଲା ୨୧୯୯। ସେପ୍ଟେମ୍ବର ୨୭ରେ ଜାପାନର ପ୍ରସିଦ୍ଧ ଅଭିନେତ୍ରୀ ୟୁକୋ ତାକେଟି ଆତ୍ମହତ୍ୟା କଲେ। ଏହାର ପରବର୍ତ୍ତୀ ୧୦ ଦିନ ଯାଏ ଲଗାତର ଗୋଟିଏ ପରେ ଗୋଟିଏ ୨୦୭ ଜଣ ମହିଳା ଆତ୍ମହତ୍ୟା କରିଥିବା ଖବର ଆସିଲା। ୪୦ରୁ ଅଧିକ ବୟସର ମହିଳାଙ୍କ ସଂଖ୍ୟା ଏହି ସୂଚୀରେ ଅଧିକ ଥିଲା। ବିଶେଷଜ୍ଞଙ୍କ କହିବା କଥା ଜଣେ ଅଭିନେତ୍ରୀଙ୍କ ମ୍‌ତ୍ୟୁ ପରେ ଲଗାତର ଆତ୍ମହତ୍ୟା ମଧ୍ୟରେ ସମ୍ପର୍କ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ