ଉତ୍ତମ ସ୍ବାସ୍ଥ୍ୟ
ଜାଣନ୍ତୁ ପିଠି ଯନ୍ତ୍ରଣାର କାରଣ ଓ ଉପଚାର

ପ୍ରତୀକାତ୍ମକ ଫଟୋ
ପାଦ ଭଳି ପିଠି ମଧ୍ୟ ପୂରା ଶରୀରକୁ ନିୟନ୍ତ୍ରିତ କରିଥାଏ। ଏହି କାରଣରୁ ପିଠିରେ ବେଳେବେଳ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ସେକ କିମ୍ବା ମାଲିସ କରିବା ଫଳରେ ଏହି ଯନ୍ତ୍ରଣାରୁ ହୁଏତ କିଛି ସମୟ ପାଇଁ ଆରାମ ମିଳିଥାଏ, କିନ୍ତୁ ସାଧାରଣତଃ ପିଠିରେ ଯନ୍ତ୍ରଣା ରହୁଥିଲେ, ଜାଣିନିଅନ୍ତୁ ଆପଣଙ୍କର ସାଏଟିକା ସମସ୍ୟା ହୋଇପାରେ। ଚାଲନ୍ତୁ ଜାଣିବା ସାଏଟିକା ସମସ୍ୟା କ’ଣ।
ନର୍ଭ ଦବିଯିବା ଫଳରେ ସାଏଟିକା ଯୋଗୁ ପିଠି ସମସ୍ୟା ସୃଷ୍ଟି ହୋଇଥାଏ। ଏହି ନର୍ଭ ପିଠିର ନିମ୍ନ ଭାଗରୁ ଆରମ୍ଭ ହୋଇ ପାଦ ଆଙ୍ଗୁଠି ପର୍ଯ୍ୟନ୍ତ ପହଞ୍ଚି ଥାଏ। ଏହି ଶିରା ମାଂସପେଶୀକୁ ଶକ୍ତି ଯୋଗାଇଥାଏ। ଯଦି କୌଣସି କାରଣବଶତଃ ଶିରା ଦବିଯାଏ, ତେବେ ଆଖପାଖରେ ଥିବା ଅନ୍ୟ ଶିରା ମଧ୍ୟ ଦବିବାରେ ଲାଗିଥାଏ। ଏଥିପାଇଁ ପିଠି, ଅଣ୍ଟା, ନିତମ୍ବ ଓ ପାଦରେ ଲଗାତର ଯନ୍ତ୍ରଣା ହେବାରେ ଲାଗିଥାଏ। ଏହାକୁ ସାଏଟିକା କୁହାଯାଏ। ଏହାବ୍ୟତୀତ ଯଦି ମେରୁଦଣ୍ଡର ନିମ୍ନ ଅଂଶ ସଙ୍କୁଚିତ ହୋଇଯାଏ, ତେବେ ମଧ୍ୟ ଏହି ସମସ୍ୟା ଦେଖାଯାଇପାରେ। ମେରୁଦଣ୍ଡ ହାଡ଼ର ମଝିରେ ଥିବା ପଦାର୍ଥ ଶୁଖିବା ଫଳରେ ମଧ୍ୟ ପରସ୍ପର ଉପରେ ଅଧିକ ଚାପ ପଡ଼ିବାରେ ଲାଗିଥାଏ। ଏହି କାରଣରୁ ମଧ୍ୟ ସାଏଟିକା ସମସ୍ୟା ହୋଇପାରେ।
ଆକ୍ୟୁପ୍ରେସର ଚିକିତ୍ସା
ଏଭଳି ସ୍ଥିତିରେ ପାଦର ଭଲ ଭାବେ ଯତ୍ନ ନେଇ ପିଠି, ନିତମ୍ବ ଓ ଆଣ୍ଠୁ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ। ଆକ୍ୟୁପ୍ରେସର ୫୦୦୦ରୁ ଅଧିକ ବର୍ଷର ପ୍ରାଚୀନ ଚୀନର ଚିକତ୍ସାର ଏକ ଅଂଶବିଶେଷ। ଶରୀରର କେତେକ ବିନ୍ଦୁରେ ଚାପ ପକାଇ ଆରାମ ମିଳିଥାଏ। ଏହାବ୍ୟତୀତ କେତେକ ବ୍ୟାୟାମ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ପାଦର ବ୍ୟାୟାମ କରିବା ସହିତ ପାଦର ଆଙ୍ଗୁଠିକୁ ଚଟାଣରେ ଚାପ ପକାଇ ଆଙ୍ଗୁଠିରେ ଚାଲିବାକୁ ଚେଷ୍ଟା କରନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ