ଫ୍ୟାଶନ
ୟେଲୋ ଆଉଟଫିଟରେ ଶିଳ୍ପାଙ୍କ କାତିଲାନା ଲୁକ

ୟେଲୋ ଆଉଟଫିଟରେ ଶିଳ୍ପା
ଶିଳ୍ପା ଶେଟ୍ଟୀ ନିଜ ଫିଟନେସର ସବୁବେଳେ ଯତ୍ନ ନେଇଥାନ୍ତି। ଏହି କାରଣରୁ ଏହି ସେଲିବ୍ରିଟିଙ୍କ ଉପରେ ସବୁପ୍ରକାରର ଡ୍ରେସ ମାନିଥାଏ। ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଶିଳ୍ପା ଏକ ଇଭେଣ୍ଟ ପାଇଁ ଡିଜାଇନର ଆଉଟଫିଟ ପିନ୍ଧିଥିଲେ। ଏହି ଆଉଟଫିଟରେ ଶିଳ୍ପା ଏତେ ସୁନ୍ଦର ଦେଖାଯାଉଥିଲେ ଯେ ତାଙ୍କ ଉପରୁ ନଜର ହଟାଇବା ଅସମ୍ଭବ ଥିଲା।
ଶିଳ୍ପାଙ୍କୁ ମୁମ୍ବାଇର ଏକ ସେଟରେ ଠାବ କରାଯାଇଥିଲା। ଏହି ସମୟରେ ସେ ଫଟୋଗ୍ରାଫରଙ୍କୁ ପୋଜ ଦେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଶିଳ୍ପା ହଳଦିଆ ରଙ୍ଗର ଗର୍ଜିଅସ ଡ୍ରେସ ପିନ୍ଧିଥିଲେ। ଏହି ଆଉଟଫିଟର ଡିଜାଇନ ବେଶ ହଟକର ଥିଲା। ଏଥିରେ ଅଲଗା ଅଲଗା ଡିଜାଇନର ସୁନ୍ଦର କମ୍ବିନେସନ ଦେଖାଯାଉଥିଲା। ଶିଳ୍ପାଙ୍କ ଆଉଟଫିଟରେ ୱାନ ଶୋଲ୍ଡର ଡିଜାଇନ ଥିଲା। ସେହିପରି ଅନ୍ୟ ଶୋଲ୍ଡର ଫୁଲ ସ୍ଲିଭସ ଥିଲା। ଏଥିରେ ରାପ ଏଣ୍ଡ ବ୍ୟାଣ୍ଡେଜ ଡିଜାଇନକୁ କମ୍ବାଇନ କରାଯାଇଥିଲା। ଫ୍ଲୋରଲେନଥର ଏହି ଆଉଟଫିଟରେ ସାଇଡ ପୋର୍ସନର ହୋମଲାଇନ ଉପରେ ଟ୍ୟାସଲ୍ସ ମଧ୍ୟ ଯୋଗ କରାଯାଇଥିଲା। ଏହି ଡ୍ରେସର ଫିଟିଂ ଶିଳ୍ପା ଶେଟ୍ଟୀଙ୍କ ଟୋନଡ ଫିଗରକୁ ମାନୁଥିଲା। ତାଙ୍କ କର୍ଭସକୁ ହାଇଲାଇଟ କରି ଏହା ତାଙ୍କୁ ସେକ୍ସି ଲୁକ ଦେଉଥିଲା। ମଷ୍ଟର୍ଡ ରଙ୍ଗର ଡ୍ରେସ ସହିତ ଶିଳ୍ପା ଗ୍ରୀନ ରଙ୍ଗର ବ୍ରେସଲେଟ ଓ ଇଅରରିଙ୍ଗସ ପିନ୍ଧିଥିଲେ। ଶିଳ୍ପାଙ୍କ ମେକଅପ ଏକଦମ ଫ୍ଲଲେସ ଥିଲା। ସୁନ୍ଦର ତ୍ବଚାର ମାଲିକାଣୀ ଶିଳ୍ପାଙ୍କ ଚେହେରାରେ ନ୍ୟୁଡ ଟୋନ ମେକଅପ କରି ସେ ତାଙ୍କର ବିଗ ଆଇଜକୁ ହାଇଲାଇଟ କରିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ