ବୁଲାବୁଲି
ସପ୍ତାହବ୍ୟାପୀ ଖଜୁରାହୋ ନୃତ୍ୟ ସମାରୋହ ଆରମ୍ଭ

ପ୍ରତୀକାତ୍ମକ ଫଟୋ
ଭାରତୀୟ ଶାସ୍ତ୍ରୀୟ ପରମ୍ପରା ଉପରେ ଆଧାରିତ ୪୭ତମ ଖଜୁରାହୋ ନୃତ୍ୟ ସମାରୋହ ଏଥର ମଧ୍ୟ ପ୍ରଦେଶର ଖଜୁରାହୋର କନ୍ଦରିଆ ମହାଦେବ ମନ୍ଦିରର ପଶ୍ଚିମୀ ସମୂହ ଭିତରେ ୨୦ରୁ ୨୬ ଫେବ୍ରୁଆରୀ ମଧ୍ୟରେ ଆୟୋଜନ କରାଯାଇଛି। ଏ ନେଇ ଔପଚାରିକ ଭାବେ ସୂଚନା ଦିଆଯାଇଛି।
ଏହି ନ୍ତ୍ୟୋତ୍ସବରେ ପ୍ରତ୍ୟେହ ସନ୍ଧ୍ୟା ୭ଟାରୁ କଳାକାରମାନେ ନ୍ତ୍ୟ ପରିବେଷଣ କରିବେ। ଏହି ଅବସରରେ ଦର୍ଶକଙ୍କୁ ମନ୍ଦିରର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଶାସ୍ତ୍ରୀୟ ନ୍ତ୍ୟର ମଜା ଉଠାଇବାର ସୁଯୋଗ ମିଳିବ। ନୃତ୍ୟ ସମାରୋହରେ ପ୍ରବେଶ ନିଃଶୁକ୍ଳ ରହିବ। ସମାରୋହ ସମୟରେ ପ୍ରତ୍ୟେକ ଦିନ ମଧ୍ୟ ପ୍ରଦେଶର ସାମରିକ କଳାକୌଶଳ ମଧ୍ୟ ଦେଖିବାକୁ ମିଳିବ। ଏହାବ୍ୟତୀତ ନ୍ତ୍ୟୋତ୍ସବ ପରିସରରେ ନେପଥ୍ୟ, କଳାବତାର, ଆର୍ଟ ମାର୍ଟ, ଲଳିତ କଳା ପ୍ରଦର୍ଶନୀ, ଚଳଚ୍ଚିତ୍ର ଓ ଲୋକଉତ୍ସବ ମଧ୍ୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିବ।
ଏହି ସମାରୋହର ପ୍ରଥମ ସନ୍ଧ୍ୟାରେ ଗୀତା ଚନ୍ଦ୍ରନ ଏବଂ ସାଥୀ ଭାରତନାଟ୍ୟମ, ଦୀପକ ମହାରାଜ ଏବଂ ସାଥୀ କଥକ ନ୍ତ୍ୟ ପରିବେଷଣ କରିଛନ୍ତି। ୨୧ ଫେବ୍ରୁଆରୀରେ ଐଶ୍ବର୍ଯ୍ୟା ୱାରିଅରଙ୍କ ଦ୍ବାରା ମୋହିନୀଅଟ୍ଟମ, ମୀରନନ୍ଦା ବାରଠାକୁର, ଉପତା ହୁକଇ, ଅଲିଗୁନ କଲିତା ମୁଦିୟାର ଓ ଚନ୍ଦ୍ରାନୀ କଲିତା ଓଝାଙ୍କ ଦ୍ବାରା ଶାସ୍ତ୍ରୀୟ କଥକ ନ୍ତ୍ୟ ଏବଂ ଅରୁଣା ମହାନ୍ତି ଏବଂ ସାଥୀ କଳାକାରଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରାଯିବ। ସମାରୋହର ଶେଷ ଦିନ ୨୬ ଫେବ୍ରୁଆରୀରେ ଜବାହରଲାଲ ନେହରୁ ମଣିପୁର ଡ୍ୟାନ୍ସ ଏକାଡେମୀ ଦ୍ବାରା ମଣିପୁରୀ ସମୂହ, ଆୟାର ନନ୍ଦ ଓଡ଼ିଶୀ ଓ ପୂର୍ଣ୍ଣିମା ଅଶୋକ ଏବଂ ସାଥୀ କଳାକାର ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନ କରିବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ