ଖେଳକୁଦ
ଜୁନିଅର ତେନ୍ଦୁଲକରଙ୍କୁ ନେଇ ଉଠିଲା ପ୍ରଶ୍ନ: ଆକାଶ କହିଲେ ଚାପରେ ରହିବେ

ଅର୍ଜୁନ ତେନ୍ଦୁଲକର (ଫାଇଲ ଫଟୋ)
୨୦୨୧ ଆଇପିଏଲ ପାଇଁ ହୋଇଥିବା ଖେଳାଳି ନିଲାମୀରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷୀୟ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କ୍ରୟ କରିଛି। ଅର୍ଜୁନଙ୍କୁ ମୁମ୍ବାଇ କ୍ରୟ କରିବା ନେଇ କେତେକ କ୍ରିକେଟର ପୂର୍ବରୁ ସୂଚନା ଦେଇଥିଲା ବେଳେ ନିଲାମର ଶେଷ ଚରଣରେ ମୁମ୍ବାଇ ତାଙ୍କୁ ବେସ ପ୍ରାଇସ ୨୦ ଲକ୍ଷରେ କ୍ରୟ କରିଥିଲା। ଜଣେ ଯୁବ କ୍ରିକେଟର ଭାବେ ଅର୍ଜୁନ ମୁମ୍ବାଇର ୧୯ ବର୍ଷରୁ କମ କ୍ରିକେଟ ଦଳରେ ସାମିଲ ହୋଇ ମ୍ୟାଚ ଖେଳି ସାରିଛନ୍ତି। ଜଣେ ମଧ୍ୟମଗତି ବୋଲର ଭାବେ ଅର୍ଜୁନ କିଛିଟା ସଫଳତା ପାଇଥିଲା ବେଳେ ମୁମ୍ବାଇ ତାଙ୍କୁ କ୍ରୟ କରିଛି।
ଫଳରେ କେତେକ ଏହା ପଛରେ ସଚିନଙ୍କୁ ପରୋକ୍ଷରେ ଇଙ୍ଗିତ କରିଥିଲା ବେଳେ ଆକାଶ ଚୋପ୍ରା ଯୁବ କ୍ରିକେଟର ଅର୍ଜୁନଙ୍କ ସପକ୍ଷରେ ମତ ରଖିଛନ୍ତି। ତାଙ୍କ କହିବା କଥା ହେଲା ହେଲା ଅର୍ଜୁନ ମହାନ କ୍ରିକେଟର ସଚିନଙ୍କ ପୁଅ ହିସାବରେ ଅନେକ ଚାପର ବଶବର୍ତ୍ତୀ ହେବାକୁ ଯାଉଛନ୍ତି। କାରଣ ଜଣେ ମହାନ କ୍ରିକେଟରଙ୍କ ପିଲା ଭାବେ ସମସ୍ତେ ତାଙ୍କ ଠାରୁ ସେହିମାନର ପ୍ରଦର୍ଶନ ଆଶା କରିବେ। ସେ ତାଙ୍କ ବାପାଙ୍କ ଠାରୁ କ୍ରିକେଟ ଶିଖିଥିଲେ ବି ଏବେ ବିଶ୍ବର ମହାନ କ୍ରିକେଟରଙ୍କ ସହ ଖେଳି ଅନେକ ଅଭିଜ୍ଞତା ପାଇବେ ବୋଲି ଆକାଶ କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ