ଭାରତରେ କୋରୋନା ଟିକାକରଣ ୧ କୋଟି ଟପିଲା


କୋରୋନା ଟିକାକରଣ (ପ୍ରତୀକାତ୍ମକ ଫଟୋ)
ନୂଆଦିଲ୍ଲୀ: ଦେଶରେ କୋରୋନା ଟିକାକରଣ ୧ କୋଟି ଅତିକ୍ରମ କରିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦେଶରେ ୧ କୋଟି ୪ ଲକ୍ଷ ଟିକାକରଣ ହୋଇଛି। ଦେଶରେ ଟିକାକରଣର ୩୪ ଦିନରେ ୧ କୋଟି ଲୋକଙ୍କୁ ଟିକା ଦିଆଯାଇଛି ବୋଲି କୁହାଯାଇଛି। ୩୪ ଦିନରେ ୧ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦେବା ସାରା ବିଶ୍ବରେ ଦ୍ବିତୀୟ ଦ୍ରୁତତମ ଟିକାଦାନ ପ୍ରକ୍ରିୟା ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକାରେ ୧ କୋଟି ଲୋକଙ୍କୁ ଟିକା ଦେବା ପାଇଁ ୩୧ ଦିନ ଲାଗିଥିଲା ବେଳେ ଭାରତ ୩୪ ଦିନରେ ଏହି ମାର୍କ ପାର କରିଛି। ବର୍ତ୍ତମାନ ଦେଶରେ ପ୍ରାୟ ୧୦ ହଜାର ସେସନ ଜରିଆରେ ଟିକାକରଣ ଚାଲିଛି। ଏହାକୁ ଆଗାମୀ ଦିନରେ ୪୦ ହଜାରରୁ ୫୦ ହଜାର ସେସନକୁ ବୃଦ୍ଧି କରିବା ପାଇଁ ସରକାରୀ ସ୍ଥରରେ ଉଦ୍ୟମ ଚାଲିଥିବା କୁହାଯାଉଛି। ସେସନ ସଂଖ୍ୟା ବଢ଼ିଲେ ଦେଶରେ କୋରୋନା ଟିକାକରଣ ଅଧିକ ତ୍ବରାନ୍ବିତ ହୋଇପାରିବ ବୋଲି କୁହାଯାଇଛି।

କେନ୍ଦ୍ର ସରକାର ମାର୍ଚ୍ଚ ମଧ୍ୟଭାଗରୁ ୫୦ ବର୍ଷରୁ ଊର୍ଦ୍ଧ୍ବ ଓ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଟିକା ଦେବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ପୂର୍ବରୁ ଅମ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଅନ୍ୟ କୋରୋନା ଯୋଦ୍ଧା ମାନଙ୍କୁ ଟିକାଦାନ ପ୍ରକ୍ରିୟା ଏବେ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୬୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ୩୪ ଲକ୍ଷ ଆଗଧାଡ଼େିର କୋରୋନା ଯୋଦ୍ଧାଙ୍କୁ ଟିକା ଦିଆ ସରିଲାଣି। ଏହାବାଦ ୭.୬ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଦ୍ବିତୀୟ ଡୋଜ କୋରୋନା ଟିକା ମଧ୍ୟ ଦିଆ ସରିଲାଣି। ଗତ ଗୁରୁବାର ସର୍ବାଧିକ ୬ ଲକ୍ଷ ୫୮ ହଜାର ୬୭୪ ଜଣଙ୍କୁ ଟିକା ଦିଆଯାଇଛି ବୋଲି କୁହାଯାଇଛି। ମୋଟ ଟିକାକରଣର ୫୭ ପ୍ରତିଶତ ୮ଟି ରାଜ୍ୟରେ ସୀମିତ ରହିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୧.୩ ଲକ୍ଷ, ମହାରାଷ୍ଟ୍ରରେ ୮.୫ ଲକ୍ଷ ଓ ଗୁଜରାଟରେ ୮.୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ