ନିଜକୁ ବଦଳାନ୍ତୁ, ମା’ ବାପାଙ୍କ ସହ ସମ୍ପର୍କ ଗାଢ଼ କରନ୍ତୁ


ପ୍ରତୀକାତ୍ମକ ଫଟୋ
ପରିବାର ଓ ସମ୍ପର୍କ ଜୀବନର ସୁନ୍ଦର ଅଂଶବିଶେଷ। ପରିବାର ବିନା ଜୀବନ ମୂଲ୍ୟହୀନ ଲାଗିଥାଏ। ଖୁସି ସମୟ ହେଉ ବା ଦୁଃଖ ସବୁ ସମୟରେ ପରିବାର ଲୋକ ସାଥୀରେ ଠିଆ ହୋଇଥାନ୍ତି। କେତେକ ଲୋକଙ୍କ ମା’ ବାପାଙ୍କ ସହିତ ବହୁତ ଭଲ ସମ୍ପର୍କ ଥିବାବେଳେ ଆଉ କେତେକଙ୍କ ପାଇଁ ସମ୍ପର୍କ ଅକ୍ଷୁଣ୍ଣ ରଖିବା କୌଣସି ଚ୍ୟାଲେଞ୍ଜ ଠାରୁ କମ ନୁହେଁ। ଏପରିସ୍ଥଳେ ନିଜ ଭିତରେ କିଛିଟା ପରିବର୍ତ୍ତନ କରି ଆପଣ ମା’ ବାପାଙ୍କ ସହ ସମ୍ପର୍କକୁ ସୁଦୃଢ଼ ରଖିପାରିବେ।

ନିଜ ଭୁଲ ପାଇଁ ନିଜକୁ ଦାୟୀ କରନ୍ତୁ
ଯେ କୌଣସି ଭୁଲ କରୁଥିଲେ, ତାହା ସ୍ବୀକାର କରନ୍ତୁ। ଏହାଫଳରେ ଏକ ଉତ୍ତମ ସମ୍ପର୍କ ସୃଷ୍ଟି ହୋଇପାରିବ। ସବୁବେଳେ ଅନ୍ୟମାନଙ୍କୁ ଦୋଷ ଦେବା ଠିକ ନୁହେଁ। ମା’ ବାପା କୌଣସି କଥା ବୁଝାଉଥିଲେ, ଚୁପ ରହି ଏହା ବୁଝିବାକୁ ଚେଷ୍ଟା କରନ୍ତୁ। ସବୁବେଳେ ଯୁକ୍ତିତର୍କ କରିବା ଠିକ ନୁହେଁ। ଏହା ସମ୍ପର୍କରେ ଫାଟ ସୃଷ୍ଟି କରିପାରେ।

ପରାମର୍ଶ ମାନନ୍ତୁ
ଜୀବନରେ କିଛି ଶିଖିବାର ସମୟ ଆସିଲେ, ନିଜ ମା’ ବାପାଙ୍କ ଅନୁଭବ ଓ ଜ୍ଞାନର ଫାଇଦା ଉଠାଇପାରିବେ। ଅନୁଭବ ଠାରୁ ବଳି ଶିକ୍ଷକ ନାହାନ୍ତି। ପିତାମାତାଙ୍କ ପାଖରେ ଆପଣଙ୍କ ଅପେକ୍ଷା ଅଧିକ ଅନୁଭବ ରହିଛି। ତେଣୁ ପରିସ୍ଥିତିକୁ ବୁଝିବାର କ୍ଷମତା ତାଙ୍କ ପାଖରେ ଅଧିକ ରହିଛି। ତେଣୁ ସେମାନେ ଉତ୍ତମ ପରାମର୍ଶ ଦେଇପାରିବେ। ତେଣୁ ବଡ଼ମାନଙ୍କ କଥା ମାନିବା ସହିତ ତାଙ୍କ ପରାମର୍ଶରେ ଚାଲିବାକୁ ଚେଷ୍ଟା କରନ୍ତୁ।

ସମୟ ବିତାନ୍ତୁ
ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ସମୟର ବହୁତ ଅଭାବ ରହିଛି। ତେଣୁ ମା’ ବାପାଙ୍କୁ ଏକୁଟିଆପଣ ବହୁତ କଷ୍ଟ ଦେଇଥାଏ। ତେଣୁ ତାଙ୍କୁ ଖୁସି ରଖିବା ଲାଗି ଓ ସମ୍ପର୍କରେ ଖୁସି ଆଣିବା ଲାଗି ମା’ବାପାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ କଥା ଓ ଆପଣଙ୍କ ସାଥ ବହୁତ କିଛି ପରିବର୍ତ୍ତନ କରିପାରିବ। ମା’ ବାପାଙ୍କ ସହ ବନ୍ଧୁତା କରି ସମ୍ପର୍କରେ ରଙ୍ଗ ଆଣିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ