ହୋଟେଲ ବୁକ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏସବୁ


ପ୍ରତୀକାତ୍ମକ ଫଟୋ
କୋରୋନା ଭାଇରସ ମହାମାରୀ ପାଇଁ ହୋଇଥିବା ଲକଡାଉନ ଧିରେ ଧିରେ ଖୋଲିବା ପରେ ଲୋକେ ଏବେ ଭ୍ରମଣରେ ବାହାରିଛନ୍ତି। ଏଥିପାଇଁ ଲୋକେ ଅନଲାଇନରେ ହୋଟେଲ ବୁକ କରୁଥିବା ଦେଖିବାକୁ ମିଳୁଛି। ଏସବୁ ଉତ୍ସାହ ମଧ୍ୟରେ ପର୍ଯ୍ୟଟକମାନେ ଅନେକ କଥାକୁ ଅଣଦେଖା କରି ହୋଟେଲ ବୁକ କରିଥାନ୍ତି। ପରେ ଏସବୁ ପାଇଁ ଅନୁଶୋଚନା କରିବାକୁ ପଡ଼ିଥାଏ। କେତେବେଳେ ହୋଟେଲ ପର୍ଯ୍ୟଟନସ୍ଥଳୀରୁ ବହୁତ ଦୂରରେ ଥାଏ ତ କେତେବେଳେ ଅନଲାଇନରେ ଯେଉଁ ସୁବିଧା ମିଳିବ ବୋଲି କୁହାଯାଇଥାଏ, ସେଠାରେ ପହଞ୍ଚିବା ପରେ ମିଳି ନ ଥାଏ। ତେଣୁ ହୋଟେଲ ବୁକ କରିବାବେଳେ କେତେକ କଥା ପ୍ରତି ଧ୍ୟାନ ଦେବା ଉଚିତ।

କଲ କରନ୍ତୁ
ୱେବସାଇଟରେ ଯାହା କିଛି ସୂଚନା ଦିଆଯାଇଥାଏ, ଜରୁରୀ ନୁହେଁ ଏହା ଆପଣଙ୍କୁ ସେଠାରେ ମିଳିବ। ତେଣୁ ଉବଲବ୍ଧ ନମ୍ବରରେ କଲ କରି ରୁମର ସାଇଜ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ନିଅନ୍ତୁ।

ଚେକ ଇନ ଚେକ ଆଉଟ ଟାଇମ
ଚେକ ଇନ ଓ ଚେକ ଆଉଟ ପାଇଁ ଯେଉଁ ପଲିସି ରହିଛି, ତାହା ମଧ୍ୟ ଭଲ ଭାବେ ଜାଣନ୍ତୁ। ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ କି ନାହିଁ ତାହା ମଧ୍ୟ ବୁଝନ୍ତୁ। କାରଣ ଅନେକ ସମୟରେ ୱେବସାଇଟରେ ଉପଲବ୍ଧ ହୋଇ ନ ଥାଏ। ଏପରିସ୍ଥଳେ ହୋଟେଲରେ ପହଞ୍ଚିବା ପରେ ଆପଣଙ୍କୁ ଅଧିକ ପାଉଣା ଦେବାକୁ ପଡ଼ିପାରେ।

ରିଭ୍ୟୁ ପଢ଼ନ୍ତୁ
ହୋଟେଲ ଦେଖିବାକୁ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ଏହାର ରେଟିଂ ଓ ରିଭ୍ୟୁ ଜରୁରୀ ପଢ଼ନ୍ତୁ। କାରଣ ଲୋକେ ତାଙ୍କ ପ୍ରତିକ୍ରିୟା ଠିକ ଭାବେ ଦେଇଥାନ୍ତି। ତେଣୁ ହୋଟେଲ ସହିତ ଜଡ଼ିତ ରିଭ୍ୟୁ ଉପରେ ଏକ ନଜର ପକାନ୍ତୁ। ଅଫର ମଧ୍ୟ ଚେକ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ