ମଳରେ ରକ୍ତ ପଡ଼ିବା ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ


ପ୍ରତୀକାତ୍ମକ ଫଟୋ
ଯଦି ମଳରେ ରକ୍ତ ପଡ଼ୁଛି, ତେବେ ସାବଧାନ ହୋଇଯାଆନ୍ତୁ। ଏହା ନିମ୍ନଲିଖିତ କୌଣସି ଏକ ଗମ୍ଭୀର ରୋଗର କାରଣ ହୋଇପାରେ। ରେକ୍ଟାଲ ବ୍ଲିଡିଙ୍ଗ ପାଇଲ୍ସ, ଆନାଲ ଫିଶର, ଇନଫ୍ଲେମେଟୋରି ବାଉଲ ଡିଜିଜ (ଆଇବିଡି), ଅଲସର ଓ କୋଲେରେକ୍ଟାଲ କ୍ୟାନସର ଭଳି ପରିସ୍ଥିତିରେ ମଳରେ ରକ୍ତ ପଡ଼ିଥାଏ। ଏହା ଏକ ଗମ୍ଭୀର ସ୍ଥିତିର ସଙ୍କେତ ହୋଇପାରେ। ତେଣୁ ଏଭଳି ଲକ୍ଷଣ ଅନୁଭବ କରିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନିହାତି ନିଅନ୍ତୁ।

ରେକ୍ଟାଲ ବ୍ଲିଡିଂ କ’ଣ
ମଳରେ ରକ୍ତ ପଡ଼ିବା କୌଣସି ସାଧାରଣ କଥା ନୁହେଁ। ରେକ୍ଟାଲରେ ବ୍ଲିଡିଂ ହେଲେ ବିପଦର ସଙ୍କେତ ହୋଇପାରେ। ଏହା କୋଲେରେକ୍ଟାଲ କ୍ୟାନସରର ଲକ୍ଷଣ ମଧ୍ୟ ହୋଇପାରେ। ସବୁଠାରୁ ବଡ଼ କଥା ହେଉଛି ଏହି ରକ୍ତ ଅନେକ ରଙ୍ଗରେ ବାହାରିପାରେ। ବ୍ରାଇଟ ରେଡରୁ ଆରମ୍ଭ କରି ମେରୁନ ଓ କଳା ରଙ୍ଗ ମଧ୍ୟ ହୋଇପାରେ। ବ୍ରାଇଟ ରେଡ ରକ୍ତ ପଡ଼ିବାର ଅର୍ଥ ହେଉଛି କୋଲନ କିମ୍ବା ରେକ୍ଟମରୁ ବ୍ଲିଡିଂ ହେଉଛି। ଡାର୍କ କିମ୍ବା ମେରୁନ ରଙ୍ଗର ବ୍ଲିଡିଂ ହେଲେ କୋଲନ କିମ୍ବା ଛୋଟ ବାଉଲରେ ବ୍ଲିଡିଂ ହେଉଛି। କଳା ରଙ୍ଗର ବ୍ଲିଡିଂ ହେଲେ ପେଟରୁ ବ୍ଲିଡିଂ ହେଉଛି। ଅନେକ ସମୟରେ ରେକ୍ଟାଲ ବ୍ଲିଡିଂ ଖାଲି ଆଖିରେ ନଜର ଆସି ନ ଥାଏ। ଏହି ପ୍ରକାରର ବ୍ଲିଡିଂକୁ ମଳ ପରୀକ୍ଷା ପରେ ଲାବ୍ରୋରେଟରୀରେ ଦେଖା ଯାଇପାରେ।

ପାଇଲ୍ସ, ଆନାଲ ଫିଶର, ଫିଶଟୁଲା, ଡାଇଭର୍ଟ କୁଲୋସିସ, ଇନଫ୍ଲେମେଟ୍ରି ବାଉଲ ଡିଜିଜ, ଅଲସର ଆଦି ରୋଗ ହେଲେ ମଳରେ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖା ଯାଇଥାଏ। ରେକ୍ଟାଲ ବ୍ଲିଡିଂର ଅଧିକାଂଶ ଲକ୍ଷଣକୁ ଠିକ କରାଯାଇପାରିବ। ତେଣୁ ଯଥାସମ୍ଭବ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏହା ଅନ୍ୟ କୌଣସି ସ୍ବାସ୍ଥ୍ୟ ପରିସ୍ଥିତିର ମଧ୍ୟ କାରଣ ମଧ୍ୟ ହୋଇପାରେ। ଏଥିରେ ଚିକିତ୍ସାର ଆବଶ୍ୟକତା ରହିଛି। ଯଦି ଆପଣଙ୍କର ଅଧିକ ବ୍ଲିଡିଂ ହେଉଛି, ବାଉଲ ମୁଭମେଣ୍ଟରେ ରକ୍ତ ପଡ଼ୁଥିବା ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କୁ ସାକ୍ଷାତ କରିବା ଉଚିତ। କେତେକ ମାମଲାରେ ରେକ୍ଟାଲ ବ୍ଲିଡିଂ କୋଲେରେକ୍ଟାଲ କ୍ୟାନସର ଭଳି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ