କ୍ଲିନ ଶୋଲ୍ଡର ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ


ପ୍ରତୀକାତ୍ମକ ଫଟୋ
ଆପଣଙ୍କୁ ଅଫ ଶୋଲ୍ଡର ଡ୍ରେସ ପିନ୍ଧିବା ପସନ୍ଦ। କିନ୍ତୁ କାନ୍ଧର ତ୍ବଚା କ୍ଲିନ ନୁହେଁ, ତେବେ ଏହି ଘରୋଇ ଉପାୟ ଆପଣାଇପାରିବେ। ଋତୁ ବଦଳିବା ସହିତ କାନ୍ଧ, ପିଠି ଓ ଛାତିରେ ବ୍ରଣ ହେବା ସାଧାରଣ କଥା। ଗରମ ଇନର ଓ ବ୍ଲାଉଜ କାରଣରୁ ମହିଳାଙ୍କ ବ୍ରେଷ୍ଟରେ ବ୍ରଣ ଓ ସମସ୍ୟା ହେବାରେ ଲାଗିଥାଏ। କାରଣ ଏହି ତ୍ବଚା ଅଧିକ ସମ୍ବେଦନଶୀଳ ଓ ତେଲିଆ ହୋଇଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବାର ସହଜ ରାସ୍ତା ଆପଣାନ୍ତୁ।

ଏହି ଋତୁରେ ଏହା ସାଧାରଣ ସମସ୍ୟା
ଫେବ୍ରୁଆରୀ ମାସ ଚାଲିଛି। ଋତୁ ଲଗାତର ବଦଳିବାରେ ଲାଗିଛି। କୌଣସି ଦିନ ବହୁତ ଗରମ ହେଉଛି ତ କେଉଁଦିନ ବହୁତ ଥଣ୍ଡା ଅନୁଭବ ହେଉଛି। ହାଲୁକା ବ୍ୟାୟାମ ଓ ଗରମ କାରଣରୁ ସଙ୍ଗେ ସଙ୍ଗେ ଝାଳ ବହିଥାଏ। ଏପରିସ୍ଥଳେ ତ୍ବଚା କୁଣ୍ଡାଇ ହେବା ଭଳି ସମସ୍ୟା ହୋଇଥାଏ। ଫିଟନେସ ଫ୍ରିକ ପ୍ରତ୍ୟେକ ଝିଅଙ୍କୁ କ୍ଲିନ ଓ ଗ୍ଲୋଇଙ୍ଗ ଶୋଲ୍ଡର ପସନ୍ଦ। ଏହା କେବଳ ଚମତ୍କାର ତ୍ବଚାର କାରଣ ନୁହେଁ, ବରଂ ଡ୍ରେସକୁ କ୍ୟାରି କରିବା ଉପାୟରେ ମଧ୍ୟ ଆପଣଙ୍କୁ ଆକର୍ଷଣୀୟ କରିଥାଏ।

କାନ୍ଧ, ଚେଷ୍ଟ ଓ ବ୍ରେଷ୍ଟରେ ବ୍ରଣର କାରଣ
କାନ୍ଧ, ଚେଷ୍ଟ ଓ ବ୍ରେଷ୍ଟରେ ବ୍ରଣର କାରଣ ଅଲଗା ଅଲଗା ହୋଇପାରେ। ଋତୁ ବଦଳିବା ସହିତ ହର୍ମୋନାଲ ପରିବର୍ତ୍ତନ କାରଣରୁ ମଧ୍ୟ ଏହା ହୋଇଥାଏ। କୌଣସି ବ୍ୟୁଟି ଉତ୍ପାଦର ରିଆକ୍ସନ କାରଣରୁ ମଧ୍ୟ ହୋଇଥାଏ। ଟାଇଟ କପଡ଼ା, ପର୍ସ କିମ୍ବା ବ୍ୟାଗପ୍ୟାକର ଟାଇଟ ବେଲ୍ଟ, ବୟସ ବଢ଼ିବା, ଜେନେଟିକ କାରଣରୁ ବ୍ରଣ ସମସ୍ୟା ମଧ୍ୟ ହୋଇପାରେ।

ଟି ଟ୍ରି ଅଏଲଯୁକ୍ତ ଉତ୍ପାଦ ଆପଣାନ୍ତୁ
ତ୍ବଚାକୁ ପରିସ୍କାର ଓ ବ୍ରଣମୁକ୍ତ ରଖିବା ଲାଗି ଟି-ଟ୍ରି ଅଏଲଯୁକ୍ତ ଉତ୍ପାଦ ବ୍ୟବହାର କରିବା ଉଚିତ। ଆପଣ ଚାହିଲେ ଟି-ଟ୍ରି ଅଏଲକୁ ନିଜ କ୍ରିମରେ ମିଶାଇ ତ୍ବଚାରେ ଲଗାଇପାରିବେ। ଏଥିସହିତ ଟି-ଟ୍ରି ଅଏଲକୁ ବାଦାମ ତେଲରେ ମିଶାଇ ତ୍ବଚାରେ ଲଗାଇବା ଦ୍ବାରା ବ୍ରଣ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ନଡ଼ିଆ ତେଲ, ଅଲିଭ ଅଏଲ ମଧ୍ୟ ଚୟନ କରିପାରିବେ।

ଆପଲ ସାଇଡର ଭିନେଗାର
ଆପଲ ସାଇଡର ଭିନେଗାରରେ ମିଳୁଥିବା ପ୍ରାକୃତିକ ଗୁଣ ତ୍ବଚାରେ ଥିବା ବ୍ୟାକ୍ଟେରିଆକୁ ମାରିବା କାମ କରେ। ଆପଲ ସାଇଡର ଭିନେଗାର ବ୍ୟବହାର କରି ତ୍ବଚାକୁ କ୍ଲିନ ରଖିବାରେ ସାହାଯ୍ୟ ମିଳିଥାଏ। ଯଦିଓ ଏହାର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ବେଜ୍ଞାନିକ କାରଣ ନାହିଁ। ଯଦି ଆପଣ ନିଜ ତ୍ବଚାକୁ କ୍ଲିନିଙ୍ଗ ପାଇଁ ଆପଲ ସାଇଡର ଭିନେଗାର ଉପଯୋଗ କରୁଛନ୍ତି, ତେବେ ଧ୍ୟାନରେ ରଖନ୍ତୁ ଏହା ଅଧିକ ଅମ୍ଳଯୁକ୍ତ ହୋଇଥାଏ। ତେଣୁ ଏଥିରେ ପାଣି ମିଶାଇ ବ୍ୟବହାର କରନ୍ତୁ। ସିଧାସଳଖ ତ୍ବଚାରେ ଲଗାନ୍ତୁନି। ୩ ଭାଗ ପାଣି ଓ ଏକ ଭାଗ ଆପଲ ସାଇଡର ଭିନେଗାର ମିଶାନ୍ତୁ।

ଓଟମିଲ ବାଥ
ଓଟମିଲ ସ୍ବାସ୍ଥ୍ୟ ପାଇଁ ଯେତିକି ଭଲ, ତ୍ବଚା ପାଇଁ ମଧ୍ୟ ସେତିକି ପ୍ରଭାବୀ ହୋଇଥାଏ। ଆପଣ ଚାହିଲେ ଓଟମିଲ ସାହାଯ୍ୟରେ ନିଜ ତ୍ବଚାକୁ ବ୍ରଣମୁକ୍ତ ରଖିପାରିବେ। ଏଥିପାଇଁ ତ୍ବଚାକୁ ଓଦା କରି ଓଟମିଲକୁ ହାଲୁକା ମାଲିସ କରି ସ୍କ୍ରବ କରନ୍ତୁ ପରେ ସ୍ନାନ କରନ୍ତୁ। ଏହାଦ୍ବାରା ତ୍ବଚାରୁ ଅତିରିକ୍ତ ତେଲ ଦୂର ହେବା ସହିତ ଶୁଷ୍କ ହେବ ନାହିଁ।

ଗରମ ପାଣି ସେକ
ଯଦି ତ୍ବଚାରେ ବାରମ୍ବାର ବ୍ରଣ ସମସ୍ୟା ହେଉଛି, ତେବେ ଗରମ ପାଣି ସେକ ମଧ୍ୟ ଦେଇପାରିବେ। ଗରମ ପାଣିରେ ସଫା କଟନ କପଡ଼ା ଭିଜାନ୍ତୁ। ଏକ ଛୋଟ ଟାୱେଲ ନେବା ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହେବ। ଏହାକୁ ଗରମ ପାଣିରେ ଭିଜାନ୍ତୁ ଓ ତ୍ବଚାକୁ ସେକନ୍ତି। ପାଣି ଯେପରି ଅଧିକ ଗରମ ହୋଇ ନ ଥିବ, ଏକଥା ପ୍ରତି ଧ୍ୟାନ ଦିଅନ୍ତୁ। ଗରମ ପାଣି ସେକ ଦେବା ଫଳରେ ତ୍ବଚାରୁ ଅତିରିକ୍ତ ତେଲ ବାହାରିଯିବ। ଲୋମ ଛିଦ୍ର ସଫା ହୋଇଥାଏ ଓ ବ୍ରଣ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ବି ମରିଯାଆନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ