ଆଜି ମଧ୍ୟରାତ୍ରରୁ ଫାସଟ୍ୟାଗ୍ ବାଧ୍ୟତାମୂଳକ, ନ ଥିଲେ ଦୁଇଗୁଣା ଟୋଲ୍ ଫି ଦେବାକୁ ପଡ଼ିବ


ପ୍ରତୀକାତ୍ମକ ଫଟୋ
ଯଦି କେହି ଗାଡ଼ିରେ ଫାସଟ୍ୟାଗ୍ ଲଗାଇ ନ ଥାନ୍ତି ତାହେଲେ ଫେବ୍ରୁୟାରୀ ୧୫ ଓ ୧୬ ମଧ୍ୟରାତ୍ରରୁ ଟୋଲ ଫି ବାବଦରେ ଦୁଇଗୁଣା ଅର୍ଥ ଦେବେ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କଡ଼ା ନିର୍ଦେଶନାମା ଜାରି ହୋଇଛି। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ ପ୍ଲାଜା ଲେନ ଫାସଟ୍ୟାଗ୍ କରାଯାଇଛି। ତେଣୁ ଯେ କୌଣସି ଗାଡ଼ି ସେହି ଲେନ ଦେଇ ଅତିକ୍ରମ କଲେ ବି ଅନଲାଇନ ଜରିଆରେ ଟୋଲ୍ ଫି କଟିବ। ଆଉ ଯଦି କେହି ଗାଡ଼ିରେ ଏନେଇ ଫାସଟ୍ୟାଗ୍ ଲଗାଇ ନ ଥାନ୍ତି ବା କାହାର ଫାସଟ୍ୟାଗ୍ କାମ କରୁ ନ ଥିବ, ତାହେଲେ ସେମାନଙ୍କୁ ଧାର୍ଯ୍ୟ ଟୋଲ ଫି’ର ଦୁଇଗୁଣା ଅର୍ଥ ଦେଇ ଟୋଲ ପ୍ଲାଜା ଅତିକ୍ରମ କରିବାକୁ ପଡ଼ିବ ବୋଲି କୁହାଯାଇଛି।

୨୦୨୧ ଜାନୁଆରୀ ୨୧ରୁ କେନ୍ଦ୍ର ସରକାର ସବୁ ଟୋଲ ପ୍ଲାଜାରେ ଫାସଟ୍ୟାଗ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ମାତ୍ର କୋରୋନା ସ୍ଥିତିକୁ ଦେଖି ଏହାକୁ ପୁଣି ଥରେ ଫେବ୍ରୁୟାରୀ ୧୪ ପର୍ଯ୍ୟନ୍ତ ବଢ଼ାଇ କୋହଳ ନୀତି ଅବଲମ୍ବନ କରିଥିଲେ। ମାତ୍ର ଫେବ୍ରୁୟାରୀ ୧୫ରୁ ଫାସଟ୍ୟାଗ୍ ସବୁ ଟୋଲ ପ୍ଲାଜାରେ ବାଧ୍ୟତାମୂଳକ କରିବା ନେଇ ଘୋଷଣା କରି ଆଉ ଅଧିକ ସମୟ ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ତେଣୁ ଏହାକୁ ଆଖିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସବୁ ରାଜ୍ୟ ସରକାରମାନଙ୍କୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ୪୦ ହଜାର ପଏଣ୍ଟ ଅଫ ସେଲ୍ (ପିଓଏସ) ଜରିଆରେ ଫାସଟ୍ୟାଗ୍ ଲଗାଇ ନ ଥିବା ଗାଡ଼ିମାନଙ୍କୁ ତତକାଳ କରାଇନେବାର ସୁବିଧା ମଧ୍ୟ ଯୋଗାଇ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ