ଗତକାଲି ସୁନା, ରୁପା ଦର ହ୍ରାସ ପାଇଥିବା ବେଳେ ଆଜି ବି ସୁନା ଦରରେ ହ୍ରାସ ଘଟିଛି। ଯଦିଓ ଏକାଧିକ ଦ୍ରବ୍ୟ ବିନିମୟ (ଏମସିଏକ୍ସ)ରେ ଆଜି ସୁନା ଓ ରୁପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି. ହେଲେ ଦେଶର ସର୍ରାଫା ବଜାରରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବଜେଟ୍ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତର ୫ ଦିନ ଧରି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି।
ଆଜି ସର୍ରାଫା ବଜାରରେ ସୁନା ଶସ୍ତା ହୋଇଛି। ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୨୨ ଟଙ୍କା ଶସ୍ତା ହୋଇଛି। ହେଲେ ରୁପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ରୂପା ଦର ୧୯୩ ଟଙ୍କା ବୃଦ୍ଧି ସହ ପ୍ରତି କିଗ୍ରାକୁ ୬୭,୦୧୫ ଟଙ୍କାରେ ପହଞ୍ଚିଛି। ଚଳିତ ବଜେଟ୍ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ୫ ଦିନ ଧରି ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପାଖାପାଖି ୨,୦୪୪ ଟଙ୍କା ହ୍ରାସ ପାଇଛି।
ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୩୮୦ଟଙ୍କା ଥିବାବେଳେ ରୁପା ଦର ପ୍ରତି କିଲୋକୁ ୬୭, ୩୦୦ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୦୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୮,୦୦୦ଟଙ୍କା ଥିଲା।