ପେଟ୍ରୋଲିୟମ୍‌ ଓ ଗ୍ୟାସ୍‌ କମ୍ପାନୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କଲେ ଧର୍ମେନ୍ଦ୍ର

କୋଭିଡ୍ ସମୟରେ ପେଟ୍ରୋଲିୟମ୍‌ ଓ ଗ୍ୟାସ୍‌ ଶିଳ୍ପସଂସ୍ଥାର କାର୍ଯ୍ୟ ପ୍ରଶଂସନୀୟ: ଧର୍ମେନ୍ଦ୍ର ପ୍ରଧାନ

ପୁରସ୍କାର ବିତରଣ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ
କୋଭିଡ୍ ଭଳି ଆହ୍ୱାନମୂଳକ ସମୟରେ ପେଟ୍ରୋଲିୟମ୍‌ ଓ ଗ୍ୟାସ୍‌ ଶିଳ୍ପ ସଂସ୍ଥାମାନେ ରାଷ୍ଟ୍ର ନିର୍ମାଣ, ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ସୁଗମ କରିବା ଓ ନିରନ୍ତର ଉର୍ଜା ଯୋଗାଇବା ଦିଗରେ କରିଥିବା କାର୍ଯ୍ୟ ପ୍ରଂଶସନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ୍‌ ଶିଳ୍ପ ସଂଘ(ଫିପି)ର ତୈଳ ଓ ଗ୍ୟାସ୍‌ ପୁରସ୍କାର-୨୦୨୦ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ୍‌ ଓ ଗ୍ୟାସ୍‌ କମ୍ପାନୀର ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଧର୍ମେନ୍ଦ୍ର।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଦେଶର ତୈଳ ଓ ଗାସ୍‌ କ୍ଷେତ୍ର ଜଳବାୟୁ ପରିବର୍ତ୍ତନ ଏଜେଣ୍ଡାର ନେତୃତ୍ୱ ନେଇ କାର୍ଯ୍ୟ କରୁଛନ୍ତି। ତୈଳ ଓ ଗ୍ୟାସ୍‌ କ୍ଷେତ୍ରର କର୍ମଚାରୀମାନେ ନବଉନ୍ମେଷ, କୌଶଳ ଓ ବିତରଣ ସେବା ମାଧ୍ୟମରେ ଭାରତରେ ଏଲ୍‌ପିଜି ସଂଯୋଗକୁ ବୃଦ୍ଧି କରିବା ସହ ସ୍ୱଚ୍ଛ ଇନ୍ଧନ ବି-୬ ଗ୍ରେଡ୍‌ର ପେଟ୍ରୋଲ୍‌ ଓ ଡିଜେଲ୍‌କୁ ଭାରତରେ ପ୍ରଦାନ କରିବା ଦିଗରେ ଭୂମିକା ନିର୍ବାହ କରିଛନ୍ତି। ଏହି ଦୁଇ ପଦକ୍ଷେପ ଭାରତର ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟକୁ ସାକାର କରିବା ଦିଗରେ ବୃହତ ପଦକ୍ଷେପ। ଆମ ସାମୂହିକ ପ୍ରଚେଷ୍ଟାରେ ଉର୍ଜା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମଡେଲ୍‌ ପ୍ରତିଷ୍ଠା କରି ପାରିବା ବୋଲି କହିଛନ୍ତି।

ଏଥିସହ ଧର୍ମେନ୍ଦ୍ର ଉର୍ଜା ଶିଳ୍ପର ନେତୃତ୍ୱଙ୍କୁ ଭାରତର ଉର୍ଜା ଚାହିଦାକୁ ସ୍ୱଚ୍ଛ ଇନ୍ଧନ ବିଶେଷ ଭାବରେ ଜୈବ ଉର୍ଜା ଦ୍ୱାରା ପୂରଣ କରିବା ତଥା ଭାରତକୁ ସବୁଜ ଉର୍ଜା ଓ ଜୈବ ଅର୍ଥନୀତି ଭାବରେ ସ୍ଥାପିତ କରିବା ପାଇଁ ଉତ୍ସାହିତ କରିଛନ୍ତି। ସମସ୍ତଙ୍କ ପାଖରେ ସୁଲଭ ମୂଲ୍ୟରେ ଉର୍ଜା ପହଞ୍ଚାଇ ଗରିବ ଲୋକଙ୍କର ଜୀବନରେ ଅଭୁତପୂର୍ବ ପରିବର୍ତ୍ତନ ଆଣିବାର କ୍ଷମତା ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି। ଭାରତୀୟ ତୈଳ ବିପଣନ କମ୍ପାନୀମାନେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି। ସମୟ ବଦଳିବା ସହ କେନ୍ଦ୍ର ସରକାର ବିଗତ ଦିନ ମାନଙ୍କରେ ଏହି କ୍ଷେତ୍ରରେ ସଂସ୍କାରରେ ଅନେକ ସୁଧାର ଆଣିଛନ୍ତି। ତେବେ ପେଟ୍ରୋଲିୟମ୍‌ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ସମସ୍ତଙ୍କ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି। ଅପରପକ୍ଷରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ