ପାଟି ସୁଆଦ
ଗୁଜରାଟୀ କୁରକୁରେ ଚକଲିର ମଜା ନିଅନ୍ତୁ

କ୍ରିସପି ଚକଲି
ଖାଦ୍ୟକୁ ନେଇ ଗୁଜରାଟ ବେଶ ଲୋକପ୍ରିୟ। ଏପରିସ୍ଥଳେ ଏଠାରେ ଗୁଜରାଟର ଖାସ ଚକଲି ରେସିପି ଦିଆଯାଇଛି। ଏହା ଖାଇବାକୁ ବହୁତ କୁରକୁରେ ଓ ସ୍ବାଦିଷ୍ଟ ହୋଇଥିବାରୁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏ ପସନ୍ଦ ଆସିଥାଏ। ଆପଣ ଏହାକୁ ସନ୍ଧ୍ୟା ଚା’ ସହିତ ସ୍ନାକ୍ସ ଭାବେ ମଧ୍ୟ ମଜା ନେଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
କ’ଣ ଦରକାର
୪୦୦ ଗ୍ରାମ ଚାଉଳ ଗୁଣ୍ଡ, ୨ ବଡ଼ ଚାମଚ ଲହୁଣୀ, ଅଧ ଚାମଚ ହଳଦୀ, ୨ ବଡ଼ ଚାମଚ ରାଶି, ୧ କପ ରିଫାଇନ ତେଲ, ୨ ବଡ଼ ଚାମଚ ରିଫାଇନ ତେଲ, ୧ ବଡ଼ ଚାମଚ ଲଙ୍କା ଗୁଣ୍ଡ, ସ୍ବାଦାନୁସାରେ ଲୁଣ, ୨ ଛୋଟ ଚାମଚ ଜୁଆଣୀ, ଅଧ କପ ପାଣି।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଚାଉଳ ଗୁଣ୍ଡ, ବେସନ, ଲଙ୍କା ଗୁଣ୍ଡ, ହଳଦୀ, ଲୁଣ, ରାଶି, ଲହୁଣୀ, ଜୁଆଣୀ ପକାଇ ମିଶାନ୍ତୁ। ଏବେ ଏହାକୁ ପାଣି ଦେଇ ଅଟା ଭଳି ନରମ କରି ଚକଟନ୍ତୁ। ପ୍ଯାନରେ ତେଲ ଗରମ କରନ୍ତୁ। ଚକଲି ତିଆରି କରାଯାଉଥିବା ମେସିନରେ କିଛି ଚକଟା ଅଟା ଭର୍ତ୍ତି କରି ପ୍ରେସ କରି ତେଲରେ ଗୋଲ ଚକଲି ତିଆରି କରନ୍ତୁ। ଏହାକୁ ଡିପ ଫ୍ରାଏ କରନ୍ତୁ। ଉଭୟ ପାର୍ଶ୍ବ କ୍ରିସପି ହୋଇଗଲେ ଏହାକୁ ତେଲରୁ ବାହାର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କ୍ରିସପି ଚକଲି। ଥଣ୍ଡା ହେବା ପରେ ଏୟାର ଟାଇଟରେ ଷ୍ଟୋର କରି ଏହାକୁ ଚା’ ସହିତ ଖାଇପାରିବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ