ଫୁଲକୋବି ପରଟା ସହ ଶୀତର ମଜା ଉଠାନ୍ତୁ


କୋବି ପରଟା
ଶୀତଦିନେ ଫୁଲକୋବି ପରଟା ଖାଇବାକୁ ପିଲାଙ୍କ ଠାରୁ ବୟସ୍କ ଯାଏ ସମସ୍ତେ ପସନ୍ଦ କରନ୍ତି। ଏହି ସ୍ବାଦିଷ୍ଟ ପରଟାକୁ ଚଟଣୀ, ଦହି କିମ୍ବା ନିଜ ପସନ୍ଦର ଯେ କୌଣସି ତରକାରି ସହିତ ଖାଇପାରିବେ। ସକାଳ ଜଳଖିଆ ପାଇଁ ଏହା ଏକ ସ୍ବାସ୍ଥ୍ୟକର ବିକଳ୍ପ। ଚାଲନ୍ତୁ ଜାଣିବା ଏହି କ୍ରିସପି କୋବି ପରଟାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨ କପ ଅଟା, ଅଧ କପ ଘିଅ, ୨ କପ ଗ୍ରେଟେଡ କୋବି, ୨ ଟେବଲସ୍ପୁନ କଟା ଧନିଆ ପତ୍ର, ୧ ଚାମଚ କଟା ଅଦା, ୨ଟି କଟା କଞ୍ଚାଲଙ୍କା, ଦରକାର ଅନୁସାରେ ଲୁଣ, ୧ ଟେବଲସ୍ପୁନ ଲେମ୍ବୁ ରସ।

ପ୍ରସ୍ତୁତ ପ୍ରଣାଳୀ
କୋବି ପରଟା ତିଆରି ଲାଗି ପ୍ରଥମେ ଅଟା ଚକଟି ଗୁଳା ତିଆରି କରନ୍ତୁ। କୋବିରେ ସମସ୍ତ ଜିନିଷ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ହାତରେ ହାଲୁକା ଭାବେ ଦାବି ପୂର ଆକାରରେ କୋବି ମିଶ୍ରଣ ଦିଅନ୍ତୁ। ଏଥିରେ ଅଳ୍ପ ଶୁଖିଲା ଅଟା ଲଗାନ୍ତୁ। ଯାହାଫଳରେ ବେଲିବା ବେଳେ ଏହା ଫାଟିବ ନାହିଁ। ତାୱା ଗରମ କରନ୍ତୁ। ତାୱା ଭଲ ଭାବେ ଗରମ ହୋଇଗଲା ପରେ ଗ୍ୟାସର ଆଞ୍ଚ ମଧ୍ୟମରେ ରଖନ୍ତୁ। ଏବେ ବେଲା ହୋଇ ରହିଥିବା ପରଟା ତାୱାରେ ପକାନ୍ତୁ। ପରଟା ହାଲୁକା ଫୁଲିଲେ, ତେବେ ଏହା ଉପରେ ଘିଅ ଲଗାନ୍ତୁ। ଗୋଟିଏ ପଟ ଏହା ସେକି ହୋଇଗଲା ପରେ ଏହାକୁ ଓଲଟାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଫୁଲକୋବି ପରଟା। ଏହାକୁ ଚଟଣୀ କିମ୍ବା ଅନ୍ୟ ତରକାରି ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ