ହଜାରେ କୋଟିର ଷ୍ଟାର୍ଟଅପ ଇଣ୍ଡିଆ ସିଡ ଫଣ୍ଡ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ


ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟର ପ୍ରାରମ୍ଭିକ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୧ ହଜାର କୋଟି ଟଙ୍କାର ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ୍ ଘୋଷଣା କରିଛନ୍ତି। ବିଶେଷକରି ପ୍ରାରମ୍ଭିକ ଉଦ୍ୟୋଗୀମାନଙ୍କ ପାଇଁ ଏହି ସ୍କିମ ଘୋଷଣା କରିଛନ୍ତି ସରକାର। ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟର ପ୍ରାରମ୍ଭିକ ଅଧିବେଶନରେ ଭାଗ ନେଇ ସେ କହିଛନ୍ତି ଯେ ଏହା ନୂଆ କର୍ମ ସଂସ୍ଥାନ ସୃଷ୍ଟି କରିବାରେ ସୁଯୋଗ ଆଣିଦେବ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୬ରେ ଠିକ ଆଜିର ଦିନରେ ପ୍ରଧାନମନ୍ତ୍ରୀ ଏହି ଷ୍ଟାର୍ଟଅପ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହା ପଞ୍ଚମ ବର୍ଷରେ ପଦାର୍ପଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇକ୍ୟୁଇଟି କ୍ୟାପିଟାଲ ବୃଦ୍ଧି କରିବା ପାଇଁ ସରକାର ଏହି ଷ୍ଟାର୍ଟଅପ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହାଦ୍ବାରା ଆଜି ଅନେକ ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇ ଆଗକୁ ବଢ଼ିବା ନେଇ ରାସ୍ତା ଖୋଜି ପାଉଛନ୍ତି। ଏହି ଷ୍ଟାର୍ଟଅପ ବ୍ୟବସ୍ଥା କେବଳ ବଡ଼ ସହର ପାଇଁ ନୁହେଁ। ୪୦ ପ୍ରତିଶତ ଉଦ୍ୟୋଗୀ ଟାୟର-୨ ଓ ଟାୟର-୩ରୁ ଆସି ପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୪ରେ ୟୁନିକର୍ଣ୍ଣ କ୍ଲବରେ କେବଳ ୪ଟି ଷ୍ଟାର୍ଟଅପ ଥିଲା। ବର୍ତ୍ତମାନ ତାହା ବଢ଼ି ୩୦ରେ ପହଞ୍ଚିଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ