ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର: ପୁଣି ଆରମ୍ଭ ହେବ ଆଇଆରସିଟିସିର ଇ-କ୍ୟାଟରିଂ ସେବା


ପ୍ରତୀକାତ୍ମକ ଫଟୋ
ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର। ମହାମାରୀ କରୋନା ଯୋଗୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ କରି ଦିଆଯାଇଥିବା ଇଣ୍ଡିଆନ୍‌ ରେଲ୍‌ୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌ର (ଆଇଆରସିଟିସି) ଇ-କ୍ୟାଟରିଂ ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଆଇଆରସିଟିସି ଅନୁମତି ପ୍ରଦାନ କରିଛି। ବର୍ତ୍ତମାନ ପାଇଁ କିଛି ରେଲ୍‌ୱେ  ଷ୍ଟେସନରେ ଇ-କ୍ୟାଟରିଂ ସେବା ପୁଣିଥରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ।

ରେଳ ମନ୍ତ୍ରୀ ଗୋଏଲ ସୂଚନା ଦେଇ କହିଛନ୍ତି, ଯାତ୍ରୀଙ୍କ ସୁବିଧା ଲାଗି ରେଲ୍‌ୱେ ପକ୍ଷରୁ ପୁଣିଥରେ ଟ୍ରେନ୍‌ରେ ଇ-କ୍ୟାଟରିଂ ସେବା ଆରମ୍ଭ ହେବାକୁ ଯାଉଛି। ଯାତ୍ରୀମାନେ ଯଦି ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ପରେ ଟ୍ରେନ୍‌ରେ ଯାତ୍ରା ସମୟରେ ସେମାନଙ୍କୁ ଖାଦ୍ୟ ମିଳିବ। ବର୍ତ୍ତମାନ ପାଇଁ ଦେଶର କିଛି ରେଲ୍‌ୱେ ଷ୍ଟେସନରେ ପୁଣିଥରେ ଇ-କ୍ୟାଟରିଂ ସେବା ଆରମ୍ଭ ହେବ। ଆଇଆରସିଟିସିର ଇ-କ୍ୟାଟରିଂ ସେବା ମାଧ୍ୟମରେ ଯାତ୍ରୀମାନେ ସେମାନଙ୍କର ମନ ପସନ୍ଦର ଖାଦ୍ୟ ଅନ୍‌ଲାଇନ୍‌ରେ‌ ଅର୍ଡର କରିପାରିବେ। କେଉଁ ସମୟରେ ଓ କେଉଁ ଷ୍ଟେସନରେ ଖାଦ୍ୟ ମିଳିବ, ଏହା ଅର୍ଡର ସମୟରେ ହିଁ ଯାତ୍ରୀଙ୍କୁ ସୂଚାଇ ଦିଆଯାଇଥାଏ। ଏଥିପାଇଁ ଯାତ୍ରୀଙ୍କୁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ। ସେମାନଙ୍କ ପାଖରେ ଅର୍ଡର ହୋଇଥିବା ଖାଦ୍ୟ ଆସି ପହଞ୍ଚିଯାଇଥାଏ।

ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରୋନା ଗାଇଡଲାନ୍ସ ପାଳନ କରିବା ଅନିବାର୍ଯ୍ୟ। ଯେଉଁଥିରେ ହାତ ଧୋଇବା ପରେ ଅର୍ଡର ନେବା, ଡେଲିଭରି କର୍ମୀ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବା, ମାସ୍କ ଓ ସାନିଟାଇଜେସନ୍‌ ଉପରେ ପ୍ରାଧାନ୍ୟ ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ