ବଢ଼ିଚାଲିଛି ଡିଜେଲ ଓ ପେଟ୍ରୋଲ ଦର: ଟିକସ କମାଇ ନାହାନ୍ତି ସରକାର


ପ୍ରତୀକାତ୍ମକ ଫଟୋ
ନୂଆଦିଲ୍ଲୀ: କୋରୋନା ମହାମାରୀ ଆରମ୍ଭ ବେଳେ ଲକଡାଉନ ଓ ଶଟଡାଉନ ଯୋଗୁ ଗାଡ଼ି ଚଳାଚଳ ଠପ୍ ହେବାରୁ ଡିଜେଲ ଓ ପେଟ୍ରୋଲର ଡିମାଣ୍ଡ କମିଯାଇଥିଲା। ମାତ୍ର ବର୍ତ୍ତମାନ ଆଉ କୌଣସି ଠାରେ ଲକଡାଉନ କି ଶଟ୍ଡାଉନ ନ ଥିବାରୁ ପେଟ୍ରୋଲ ଓ ଡିଜେଲର ଆବଶ୍ୟକତା ବଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଭାରତୀୟ ବଜାରରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦାମ ସର୍ବକାଳୀନ ରେକର୍ଡ କରିବାକୁ ଯାଉଛି। କୋରୋନା ବେଳେ ଅଶୋଧିତ ତୈଳ ଦାମ ବହୁତ କମିଥିଲେ  ବି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଦାମ୍ କମ ନ କରି ବରଂ ଟିକସ ବଢ଼ାଇ ରାଜକୋଷ ଭରିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ଖାଉଟି ଅନ୍ତର୍ଜାତୀୟ ବଜାରରେ ତୈଳ ଦାମ କମିବାର କୌଣସି ଉପକାର ପାଇ ନ ଥିଲେ। ଆଉ ଏବେ ଚାହିଦା ବଢ଼ିବା ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦାବ ବଢ଼ିବା ଖାଉଟିଙ୍କ ଚିନ୍ତା ବଢ଼ାଇଛି। କେନ୍ଦ୍ର ଓ ରାଜ୍ୟ ସରକାର କେହି ବି ଟିକସ କମ କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଫଳରେ ସ୍ବଳ୍ପ ରୋଜଗାରରେ ବଞ୍ଚଥିବା ଲୋକେ ହିନସ୍ତା ଭୋଗୁଛନ୍ତି।

ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ୮୪ ଟଙ୍କା ୭୦ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୭ ପଇସାରେ ପହଞ୍ଚିଛି। ଆଉ ୨ ପଇସା ବଢ଼ିଲେ ପେଟ୍ରୋଲ ଲିଟର ପିଛା ଦାମ ମୁମ୍ବାଇରେ ସର୍ବକାଳୀନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ଦିଲ୍ଲୀରେ ଡିଜେଲ ଲିଟର ୭୪ ଟଙ୍କା ୮୮ ପଇସାରେ ପହଞ୍ଚିଥିଲା ବେଳେ ମୁମ୍ବାଇରେ ୮୧ ଟଙ୍କା ୬୦ ପଇସାରେ ବିକ୍ରି ହେଉଛି। ଏହି ଦାମକୁ ନେଇ ଖାଉଟି ନାକେଦମ ହୋଇଥିଲା ବେଳେ ସରକାର ନିଦା ବିଷ୍ଣୁ ସାଜି ବସି ରହିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୨ ଟଙ୍କା ୯୮ ପଇସା ଟିକସ ଆକାରରେ ଯାଉଛି। ଡିଜେଲ ଲିଟର ପାଇଁ ଜଣଙ୍କୁ ୩୧ ଟଙ୍କା ୮୩ ପଇସା ଟିକସ ଦେବାକୁ ପଡ଼ୁଛି। ପେଟ୍ରୋଲରେ ଭାଟ ୧୯ ଟଙ୍କା ୩୨ ପଇସା ରହିଥିଲା ବେଳେ ଡିଜେଲରେ ଭାଟ ୧୦ ଟଙ୍କା ୮୫ ପଇସା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ