ବାର୍ଡ ଫ୍ଲୁ: କୁକୁଡ଼ାଜାତ ପଦାର୍ଥ ବ୍ୟାନ ନ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ


କୁକୁଡ଼ା ଚାଷ (ଫାଇଲ ଫଟୋ)
ନୂଆଦିଲ୍ଲୀ: ୧୦ଟି ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ବିଭିନ୍ନ ପୌଲଟ୍ରି ଚିନ୍ତାରେ ପଡ଼ି ଯାଇଛନ୍ତି। ସେମାନଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି। ଋଣ କରି ବ୍ୟବସାୟ କରିଥିବାରୁ କିପରି ଉପୁଜିଥିବା ପରିସ୍ଥିତିକୁ ସାମ୍ନା କରିବେ, ତାହାକୁ ନେଇ ସଙ୍କଟରେ ପଡ଼ିଛନ୍ତି। ଏହିପରି ସ୍ଥିତିରେ କେନ୍ଦ୍ର ମତ୍ସ୍ୟ ଓ ପଶିୁ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରଙ୍କୁ ପୌଲଟ୍ରିଜାତ ପଦାର୍ଥ ବ୍ୟାନ ନ କରନ୍ତୁ। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯେପରି ଭାବେ ପୌଲଟ୍ରିଜାତ ପଦାର୍ଥ ଯାଇପାରିବ ତାହାର ବ୍ୟବସ୍ଥା କରିବା ପାଇଁ ମଧ୍ୟ କୁହାଯାଇଛି। କାରଣ କେତେକ ରାଜ୍ୟର ବ୍ୟବସାୟୀ ନିୟମିତ ଭାବେ ଅନ୍ୟ ରାଜ୍ୟକୁ ସେମାନଙ୍କ ଉତ୍ପାଦ ପଠାଇଥାନ୍ତି। ମାତ୍ର କେତେକ ରାଜ୍ୟ ସରକାର ପୌଲଟ୍ରି  ସାମଗ୍ରୀ ରପ୍ତାନୀ ଓ ଆମଦାନି ଉପରେ ବ୍ୟାନ ଲଗାଇ ଦେଥଇଥିବାରୁ ଅସୁବିଧା ସୃଷ୍ଟି ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜରାଟ, ହରିୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ବୁଧବାର ଏହି ତାଲିକାରେ ଜମ୍ମୁ-କଶ୍ମୀର ମଧ୍ୟ ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟ ସରକାରମାନଙ୍କୁ ବାର୍ଡ ଫ୍ଲୁ ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ