ଭୁବନେଶ୍ବରରୁ ପୁଣେକୁ ଉଡ଼ିବ ବିମାନ: ୩ ମାସର ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିଲା ବିମାନ

ପ୍ରଥମ ବିମାନ ସେବା ଆରମ୍ଭ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପାଇଲଟଙ୍କୁ ସ୍ବାଗତ କରାଯାଉଛି
ଭୁବନେଶ୍ବର: ଭୁବନେଶ୍ୱରରୁ ଖୁବ୍‌ଶୀଘ୍ର ପୁଣେକୁ ଉଡ଼ିବ ସ୍ୱତନ୍ତ୍ର ବିମାନ। ଲୋକଙ୍କ ସୁବିଧା ପାଇଁ ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ କରିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ବିମାନ ସେବା ଓଡ଼ିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟପକ୍ଷରେ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ମଙ୍ଗଳବାରଠାରୁ ବିମାନ ସେବା ଆରମ୍ଭ ହୋଇଛି। ଆଜି ସ୍ପାଇସ୍‌ଜେଟ୍‌ ବିମାନ ତା’ର ପ୍ରଥମ ଉଡ଼ାଣ କରିଛି।

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିଛି ବିମାନ। ମଙ୍ଗଳବାର ସକାଳ ସାଢେ ୧୦ଟାରେ ମୁମ୍ବାଇରୁ ଉଡ଼ାଣ ଭରିଥିବା ବୋଇଂ ୭୩୭ ବିମାନ ଝାରସୁଗୁଡ଼ାରେ ସାଢ଼େ ୧୨ ଟାରେ ପହଞ୍ଚି ଥିଲା। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଏଥିପାଇଁ ବ୍ୟାପକ ସ୍ୱାଗତ ବ୍ୟବସ୍ଥା କରାଯାଇଥିଲା। ବିମାନକୁ ରନ୍‌ୱେରେ ୱାଟର୍‌ ସାଲୁଟ ଦିଆ ଯାଇଥିଲା। ବିମାନରେ ମୁମ୍ବାଇରୁ ଆସିଥିବା ଯାତ୍ରୀ ଓ ବେଙ୍ଗାଲୁର ଅଭିମୁଖେ ଯାଉଥିବା ଯାତ୍ରୀଙ୍କୁ ବିମାନ ବନ୍ଦର ପକ୍ଷରୁ ଗୋଲାପ ଫୁଲ ଓ ଚକୋଲେଟ୍‌ ଦେଇ ସ୍ୱାଗତ କରାଯାଇଥିଲା। ବିମାନ ବନ୍ଦରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନୀତିଶ ଗଙ୍ଗଦେଵ, ବିଧାୟକ କିଶୋର ମହାନ୍ତି ପ୍ରମୁଖଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ, ଏସ୍‌ପି ବିକାଶ ଦାଶ, ଏୟାରପୋର୍ଟ ନିର୍ଦେଶକ କିଶୋର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ବିମାନରେ ମୁମ୍ବାଇରୁ ସିଧାସଳଖ ଝାରସୁଗୁଡ଼ାକୁ ୭୩ ଜଣ ଯାତ୍ରୀ ଆସିଥିଲେ। ଝାରସୁଗୁଡ଼ାରୁ ପ୍ରଥମ କରି ଅପରାହ୍ନ ୧ଟାରେ ଉଡ଼ାଣ ଭରିଥିବା ବିମାନରେ ୧୬୨ଜଣ ଯାତ୍ରୀ ଥିଲେ। ଏହାପରେ ସନ୍ଧ୍ୟା ୫ଟା ୪୦ ମିନିଟ୍‌ରେ ବାଙ୍ଗାଲୁରୁକୁ ଝାରସୁଗୁଡ଼ା ଆସିଥିବା ବିମାନରେ ୧୦୭ଜଣ ଯାତ୍ରୀ ଥିଲେ ପୁଣି ଏଠାରୁ ସନ୍ଧ୍ୟା ୬ଟା ୧୦ରେ ମୁମ୍ବାଇକୁ ଉଡ଼ିଥିବା ବିମାନରେ ୯୪ଜଣ ଯାତ୍ରୀ ଯାତ୍ରା କରିଥିଲେ ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି। ପ୍ରତି ସପ୍ତାହରେ ୪ ଦିନ ଏହି ଦୁଇ ମହାନଗର ବିମାନ ଉଡ଼ିବ ବୋଲି ଜଣାଯାଇଛି। ସେପଟେ ସୋମବାରଠାରୁ ଦିଲ୍ଲୀକୁ  ବିମାନସେବା ଆରମ୍ଭ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ