ସାଇନା ଓ ପ୍ରଣୟଙ୍କ ରିପୋର୍ଟ ପଜିଟିଭ, ପୁଣି ନେଗେଟିଭ: ବୁଧବାର ଖେଳିବେ ମ୍ୟାଚ


ଥାଇଲ୍ୟାଣ୍ଡ ଓପନ ଖେଳିବାକୁ ଯାଇଥିବା ସାଇନା ଓ ପ୍ରଣୟ (ଫାଇଲ ଫଟୋ)
ବ୍ୟାଙ୍କକ: ଥାଇଲ୍ୟାଣ୍ଡ ଓପନ ଖେଳିବାକୁ ଯାଇଥିବା ଭାରତୀୟ ଶଟଲର ସାଇନା ନେହ୍ବାଲ, ଏଚଏସ ପ୍ରଣୟ ଓ ପାରୁପଲ୍ଲୀ କଶ୍ୟପଙ୍କୁ ମଙ୍ଗଳବାର ହଟହଟ୍ଟା ହେବାକୁ ପଡ଼ିଛି। ସେମାନଙ୍କୁ କୋରୋନା ପଜିଟିଭ ଦର୍ଶାଇ ପ୍ରତିଯୋଗିତାରୁ ବାଦ ଦିଆଯିବାର କେଇ ଘଣ୍ଟା ପରେ ପୁଣି ରିପୋର୍ଟ ନେଗେଟିଭ ଦର୍ଶାଇ ମ୍ୟାଚ ଖେଳିବାକୁ ଅନୁମତି ଦିଆଯାଇଛି। ସାଇନା ଓ ପ୍ରଣୟଙ୍କ ମଙ୍ଗଳବାର ସନ୍ଧ୍ୟା ରିପୋର୍ଟ ନେଗେଟିଭ ହୋଇଥିବା ଟୁର୍ଣ୍ଣାମେଣ୍ଟ ଆୟୋଜକ ପ୍ରକାଶ କରିବା ସହ ବୁଧବାର ଏହି ଦୁଇ ଖେଳାଳି ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ ଖେଳିବେ ବୋଲି ସ୍ପଷ୍ଟ କରାଯାଇଛି। ଏନେଇ ଆୟୋଜକଙ୍କ ପକ୍ଷରୁ ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ଜଣାଇ ଦିଆଯାଇଛି। ମାତ୍ର କଶ୍ୟପଙ୍କ ଦ୍ବିତୀୟ ଟେଷ୍ଟ ରିପୋର୍ଟ ଆସି ନ ଥିବାରୁ ତାଙ୍କର ଭାଗ ନେବା ନେଇ ସନ୍ଦେହ ଦେଖାଦେଇଛି।

ଭାଗନେବାକୁ ଆସିଥିବା ୪ ଜଣ ଖେଳାଳି କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ନେଇ ଥାଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ପଜିଟିଭ ହୋଇଥିବା ଖେଳାଳିଙ୍କର ପୁଣି ଥରେ ଆରଟି-ପିସିଆର ଟେଷ୍ଟ ସହ ଆଣ୍ଟିବଡ଼ି ଏଲଜିଜି ପରୀକ୍ଷା କରାଯାଇଥିଲା। ଯଦି ଦୁଇଟି ଯାକ ରିପୋର୍ଟ ପଜିଟିଭ ଆସେ ତାହେଲେ ଖେଳାଳି ପୂର୍ବରୁ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ରିପୋର୍ଟ ପଜିଟିଭ ଆସିଥିବା ଧରି ନେବାକୁ ପଡ଼ିବ ବୋଲି କୁହାଯାଇଛି। ଯଦି ଆଣ୍ଟିବଡ଼ି ଏଲଜିଜି ରିପୋର୍ଟ ନେଗେଟିଭ ଆସି ଆରଟି-ପିସିଆର ପଜିଟିଭ ଆସେ ତାହେଲେ ଖେଳାଳି ପଜିଟିଭ ଥିବା ବିଚାର କରାଯିବ। ମାତ୍ର ଦ୍ବିତୀୟ ଟେଷ୍ଟର ସମ୍ମୁଖୀନ ହୋଇ ସମସ୍ତ ୪ ଖେଳାଳିଙ୍କ ଉଭୟ ରିପୋର୍ଟ ପଜିଟିଭ ଆସିଥିବାରୁ ସେମାନେ ପୂର୍ବରୁ ପଜିଟିଭ ଥିଲେ ମାତ୍ର ବର୍ତ୍ତମାନ ଆଉ ସଂକ୍ରମିତ ନାହାନ୍ତି ବୋଲି ବିଚାର କରାଯାଇ ସେମାନଙ୍କୁ ଖେଳିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ