ଶାଢ଼ିରେ ଷ୍ଟଣ୍ଟ କଲେ ଅଦା


ଶାଢ଼ିରେ ଅଦାଙ୍କ ଷ୍ଟଣ୍ଟ
ଅଭିନେତ୍ରୀ ଅଦା ଶର୍ମା ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସାଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ଅଛନ୍ତି। ନିଜ ପ୍ରଶଂସକଙ୍କ ସହିତ ଫଟୋ ଓ ଭିଡ଼ିଓ ଶେୟାର କରିଥାନ୍ତି। ନିକଟରେ ଅଦାଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସେ ସୋସାଲ ମିଡିଆରେ ଏହି ଭିଡ଼ିଓ ଶେୟାର କରିଛନ୍ତି, ଯାହାକୁ ଖୁବ ପସନ୍ଦ କରାଯାଉଛି।

ଭିଡ଼ିଓରେ ଅଦା ପିଙ୍କ ରଙ୍ଗର ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳୁଛି। ଏଥିସହିତ ସେ ଗ୍ରେ ରଙ୍ଗର ବ୍ଲାଉଜ ପିନ୍ଧିଛନ୍ତି। ଅଭିନେତ୍ରୀ ସମୁଦ୍ର କୂଳରେ ଶାଢ଼ିରେ ଜବରଦସ୍ତ କାର୍ଟୱିଲ କରୁଥିବା ଦେଖିବାକୁ ମିଳୁଛି। ଅଦାଙ୍କ ଏହି ବିନ୍ଦାସ ଅନ୍ଦାଜ ସମସ୍ତଙ୍କୁ ଚକିତ କରିଦେଇଛି। ପ୍ରଶଂସକମାନେ ଏହି ଭିଡ଼ିଓକୁ ଖୁବ ଭଲ ପାଇବା ଦେଉଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ଯେ ଅଦା ଶର୍ମା ହରର ସିନେମା ‘୧୯୨୦’ ମାଧ୍ୟମରେ ବଲିଉଡ ଡେବ୍ୟୁ କରିଥିଲେ। ଏଥିରେ ସେ ସମସ୍ତଙ୍କୁ ଡରାଇବାରେ ସଫଳ ହୋଇଥିଲେ। ଏହାପରେ ଅଦା ‘ହସିଁ ତୋ ଫଁସି’ରେ ମଧ୍ୟ ଅଭିନୟ କରିଥିଲେ। ଅଦା ୨୦୧୭ରେ ଦକ୍ଷିଣ ଭାରତୀୟ ସିନେମା ‘କମାଣ୍ଡୋ ୨’ରେ ମଧ୍ୟ ନଜର ଆସିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ