ଚିହ୍ନଟ ହେଲେ ୨୧୦ ଆକ୍ରାନ୍ତ, ଆଖି ବୁଜିଲେ ଜଣେ


ପ୍ରତୀକାତ୍ମକ ଫଟୋ
ଭୁବନେଶ୍ବର: ରାଜ୍ୟରେ କୋରୋନାର କୋପ କମିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ନିୟନ୍ତ୍ରଣ ଆସିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୨୫ ଜିଲ୍ଲା ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର କୋରୋନାରେ ମୃତ୍ୟୁ ହୋଇଛି। କୋରୋନା ମୃତକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ସେ ଭୁବନେଶ୍ବରର ବାସିନ୍ଦା ବୋଲି ଜଣାପଡ଼ିଛି। ମଧୁମେହ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଜଣେ ୭୦ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରୁ ଚିହ୍ନଟ ହୋଇଥିବାବେଳେ ୮୮ ଲୋକାଲ କେସ୍‌ ଥିବା ଜଣାଯାଇଛି। ତେବେ ଆଜି ସର୍ବାଧିକ କୋରୋନା ରୋଗୀ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ଟି ଜିଲ୍ଲାରୁ ଦୈନିକ ସଂକ୍ରମଣ ୧୦ ତଳେ ରହିଥିବା ବେଳେ ବୌଦ୍ଧ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୮୧ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ଏବେ ୩ ହଜାର ତଳେ ରହିଛି।

୨୫ ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଚିହ୍ନଟ ହୋଇଥିବା ୨୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୯ ଜଣ, ବରଗଡ଼ ଜିଲ୍ଲାରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୨ ଜଣ, ବଲାଙ୍ଗିର ଜିଲ୍ଲାରୁ ୭ ଜଣ, କଟକ ଜିଲ୍ଲା ୧୪ ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ଗଜପତି ଜିଲ୍ଲାରୁ ୫ ଜଣ, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୪ ଜଣ, ଯାଜପୁର ଜିଲ୍ଲାରୁ ୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୩ ଜଣ, ମାଲକାନଗିରି ଜିଲ୍ଲାରୁ ୮ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮ ଜଣ, ନୂଆପଡ଼ା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୧୦ ଜଣ, ରାୟଗଡ଼ା ଜିଲ୍ଲାରୁ ୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, ସୋନପୁର ଜିଲ୍ଲାରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୩ ଜଣ।

ସୂଚନାଯୋଗ୍ୟ, ଇତିମଧ୍ୟରେ ରାଜ୍ୟ‌ରେ ୭୨ ଲକ୍ଷ ଅତିକ୍ରମ କରିଛି ନମୁନା ପରୀକ୍ଷଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୨ ଲକ୍ଷ ୬୧ ହଜାର ୯୦୦ ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୩୨ ହଜାର ୫୪୧ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୨୮ ହଜାର ୪୫୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨ ହଜାର ୧୪୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୨ ଜଣଙ୍କର ମୃତ୍ୟୁ ସହିତ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା ୧୮୯୫ରେ ପହଞ୍ଚିଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କୋରୋନା ମୃତ୍ୟୁ ୩୩୧ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁସଂଖ୍ୟା ୨୪୮ ହୋଇଛି। ସେହିପରି ଅନୁଗୁଳ ଜିଲ୍ଲାରେ ୩୭ ଜଣ, ବାଲେଶ୍ବର ଜିଲ୍ଲାରେ ୯୫ ଜଣ, ବରଗଡ଼ ଜିଲ୍ଲାରେ ୪୦ ଜଣ, ଭଦ୍ରକ ଜିଲ୍ଲାରେ ୨୫ ଜଣ, ବଲାଙ୍ଗିର ଜିଲ୍ଲାରେ ୪୧ ଜଣ, ବୌଦ୍ଧ ଜିଲ୍ଲାରେ ୧୧ ଜଣ, କଟକ ଜିଲ୍ଲାରେ ୧୪୦ ଜଣ, ଦେଓଗଡ଼ ଜିଲ୍ଲାରେ ୫ ଜଣ, ଢେଙ୍କାନାଳ ଜିଲ୍ଲାରେ ୨୯ ଜଣ, ଗଜପତି ଜିଲ୍ଲାରେ ୩୨ ଜଣ, ଜଗତ୍‌ସିଂହପୁର ଜିଲ୍ଲାରେ ୩୮ ଜଣ, ଯାଜପୁର ଜିଲ୍ଲାରେ ୨୫ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୨୬ ଜଣ, କଳାହାଣ୍ଡି ଜିଲ୍ଲାରେ ୩୧ ଜଣ, କନ୍ଧମାଳ ଜିଲ୍ଲାରେ ୩୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୨୮ ଜଣ, କେନ୍ଦୁଝର ଜିଲ୍ଲାରେ ୩୫, କୋରାପୁଟ ଜିଲ୍ଲାରେ ୧୬ ଜଣ, ମାଲକାନଗିରି ଜିଲ୍ଲାରେ ୨୫ ଜଣଣ, ମୟୁରଭଞ୍ଜ ଜିଲ୍ଲାରେ ୮୯ ଜଣ, ନବରଙ୍ଗପୁର ଜିଲ୍ଲାରେ ୧୪ ଜଣ, ନୟାଗଡ଼ ଜିଲ୍ଲାରେ ୪୫ ଜଣ, ନୂଆପଡ଼ା ଜିଲ୍ଲାରେ ୨୭ ଜଣ, ପୁରୀ ଜିଲ୍ଲାରେ ୧୧୭ ଜଣ, ରାୟଗଡ଼ା ଜିଲ୍ଲାରେ ୪୫ ଜଣ, ସମ୍ବଲପୁର ଜିଲ୍ଲାରେ ୭୭ ଜଣ, ସୋନପୁର ଜିଲ୍ଲାରେ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୬୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୫୩ ଜଣ କୋରୋନା ଆକ୍ରାରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ