ନିଦ ହେଉ ନ ଥିଲେ ଆପଣାନ୍ତୁ ଏହି ଉପାୟ


ପ୍ରତୀକାତ୍ମକ ଫଟୋ
ଆଜିକାଲି ଅନେକ ଲୋକଙ୍କ ଠାରେ ଅନିଦ୍ରା ସମସ୍ୟା ଦେଖିବାକୁ ମିଳୁଛି। ଯଦି ଆପଣ ମଧ୍ୟ ଅନିଦ୍ରା ସମସ୍ୟା ଭୋଗୁଛନ୍ତି ତେବେ କେସର କ୍ଷୀର ସେବନ କରିପାରିବେ। ଏହା ଆପଣଙ୍କୁ ଉତ୍ତମ ଓ ଗଭୀର ନିଦ ଦେବାରେ ସହାୟକ ହେବ। ରାତିରେ ଶୋଇବା ପୂର୍ବରୁ ୧ ଗ୍ଲାସ କ୍ଷୀରରେ କେସର ମିଶାଇ ଏହାକୁ ସେବନ କରନ୍ତୁ। ଏହା ଭଲ ନିଦ ହେବାରେ ସାହାଯ୍ୟ କରିବ।

ଯଦି ଆପଣଙ୍କୁ ଭଲ ନିଦ ହେଉ ନାହିଁ ତେବେ ଜିରା ସାହାଯ୍ୟ କରିପାରିବ। ଏହା ଖାଦ୍ୟର ସ୍ବାଦ ବଢ଼ାଇବା ସାଙ୍ଗକୁ ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଜିରା ପାଚନତନ୍ତ୍ର ପାଇଁ ମଧ୍ୟ ଭଲ। ରାତିରେ ଶୋଇବା ପୂର୍ବରୁ ୧ କପ ଜିରାରେ ତିଆରି ଚା’ ସେବନ କରିବା ଦ୍ବାରା ବହୁତ ଭଲ ନିଦ ଆସିବ।

ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ଜାଇଫଳ ବହୁତ ଲାଭଦାୟକ ହୋଇଥାଏ। ଗରମ କ୍ଷୀରରେ ଜାଇଫଳ ପାଉଡର ମିଶାଇ ସେବନ କରିବା ଦ୍ବାରା ଗଭୀର ନିଦ ହୋଇଥାଏ। ଭଲ ନିଦ ପାଇଁ ମେଥି ରସ ମଧ୍ୟ ଫଳପ୍ରଦ ହୋଇଥାଏ। ଦୁଇ ଚାମଚ ମେଥି ରସରେ ଏକ ଚାମଚ ମହୁ ମଶାଇ ଏହାକୁ ଶୋଇବା ପୂର୍ବରୁ ସେବନ କଲେ ନିଦ ଭଲ ହୋଇଥାଏ। ଯଦି ଦୀର୍ଘ ଦିନ ହେଲାଣି ଅନିଦ୍ରା ସମସ୍ୟା ଭୋଗୁଛନ୍ତି, ତେବେ ରାତିରେ କିଛି ସମୟ ଶ୍ବସନ ଯୋଗ କରି ବିଛଣାରେ ଶୋଇ ଯାଆନ୍ତୁ ଓ ଆରାମରେ ନିଶ୍ବାସ ପ୍ରଶ୍ବାସ ନେବା ଆଣିବା କରିବା ସହିତ ଧ୍ୟାନ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ