ମନୋରଞ୍ଜନ
ଡ୍ରଗ୍ସ ମାମଲାରେ ଗିରଫ ହେଲେ ବିବେକଙ୍କ ଶଳା ଆଦିତ୍ୟ

ବିବେକ ଓ ଆଦିତ୍ୟ
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀବରାଜ ଆଲଭାଙ୍କ ପୁଅ ତଥା ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଆଲଭାଙ୍କୁ ପୋଲିସ ଗିରଫ କରିଛି। ସ୍ୟାଣ୍ଡାଲଉଡ ଡ୍ରଗ୍ସ ମାମଲାରେ ଆଦିତ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କୁ ଚେନ୍ନାଇରୁ ବେଙ୍ଗାଳୁରୁ ପୋଲିସର କ୍ରାଇମ ବ୍ରାଞ୍ଚ ୟୁନିଟ ଗିରଫ କରିଛି। ସେପ୍ଟେମ୍ବର ୨୦୨୦ରୁ ଆଦିତ୍ୟ ଫେରାର ଥିଲେ।
ମଙ୍ଗଳବାର ଆଦିତ୍ୟ ଆଲଭାଙ୍କୁ ବେଙ୍ଗାଳୁରୁରେ ମେଡିକାଲ ଚେକଅପ କରିବା ପାଇଁ ନିଆଯାଇଥିଲା। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ପ୍ରାଥମିକ ତଦନ୍ତରେ ଆଦିତ୍ୟ ନିଜକୁ ନିର୍ଦୋଷ ବୋଲି କହିଛନ୍ତି। ଆଦିତ୍ୟ କହିଛନ୍ତି ଯେ ସେ ପାର୍ଟି ହୋଷ୍ଟ କରିଥିଲେ ସତ, କିନ୍ତୁ ଡ୍ରଗ୍ସ ସେବନ କରୁଥିବା ଏଭଳି କୌଣସି ବ୍ୟକ୍ତିଙ୍କୁ ଜାଣି ନାହାନ୍ତି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଆଦିତ୍ୟଙ୍କ ପକ୍ଷରୁ କୌଣସି ସନ୍ଦେହଜନକ ସୂଚନା ମଧ୍ୟ ମିଳି ନାହିଁ। ଡ୍ରଗ୍ସ ମାମଲାରେ ତାଙ୍କର କୌଣସି ଭୂମିକା ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରି ନାହିଁ।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ପୋଲିସ ବିବେକ ଓବେରୟଙ୍କ ଘରେ ମଧ୍ୟ ରେଡ କରିଥିଲା। ଏହି ସମୟରେ ଆଦିତ୍ୟ ଫେରାର ଥିଲେ। ଗିରଫ ପୂର୍ବରୁ ଆଦିତ୍ୟ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହି ମାମଲାର ଶୁଣାଣି କରିବା ପାଇଁ ମନା କରି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ହାଇ ଫାଇ ଡ୍ରଗ୍ସ ମାମଲାରେ ଅନେକ ବଡ଼ ନାମ ସାମ୍ନାକୁ ଆସିଥିଲା। କେତେକ ନିଶା ବ୍ୟବସାୟୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଆଦିତ୍ୟଙ୍କ ନାମ କହିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ