ନାରୀ
ନାଇଟ ଶିଫ୍ଟରେ କାମ କରୁଥିବା ମହିଳାଙ୍କ ସ୍ତନ କ୍ୟାନସର ଆଶଙ୍କା କମ

ପ୍ରତୀକାତ୍ମକ ଫଟୋ
ନାଇଟଶିଫ୍ଟରେ କାମ କରୁଥିବା ମହିଳାଙ୍କ ଠାରେ ଅନ୍ୟ ମହିଳାଙ୍କ ତୁଳନାରେ ସ୍ତନ କ୍ୟାନସର ଆଶଙ୍କା ଅଧିକ ରହିଛି ବୋଲି ଆଜି ପର୍ଯ୍ୟନ୍ତ କୁହାଯାଉଥିଲା। କିନ୍ତୁ ଏକ ନୂଆ ଗବେଷଣାରେ ଏହା ଏବେ ଭୁଲ ପ୍ରମାଣିତ ହୋଇଛି। ନୂଆ ଗବେଷଣାରେ ଦାବି କରାଯାଇଛି ଯେ ରାତି ଶିଫ୍ଟରେ କାମ କରିବା ଦ୍ବାରା ବ୍ରେଷ୍ଟ କ୍ୟାନସର ଭଳି ସମସ୍ୟା ହୋଇ ନ ଥାଏ। ଅର୍ଥାତ ରାତି ଶିଫ୍ଟରେ କାମ କରିବା ସ୍ତନ କ୍ୟାନସର କାରଣ ନୁହେଁ ବୋଲି ଜଣାପଡ଼ିଛି।
ଗବେଷଣାର ଫଳାଫଳ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟର ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଏହି ଗବେଷଣା ଚୀନ, ସ୍ବିଡେନ, ଆମେରିକା ଓ ନେଦରଲାଣ୍ଡ ଭଳି ୧୦ଟି ଗବେଷଣାର ଫଳାଫଳକୁ ବିଶ୍ଲେଷଣ କରି ବାହାର କରାଯାଇଛି। ଗବେଷଣାରେ ୧୪ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଥିଲା। ୟୁନିଭସିର୍ଟି ଅଫ ଅକ୍ସଫୋର୍ଡରେ କ୍ୟାନସର ଏପିଡେମିଓଲୋଜିର କ୍ୟାନସର ବିଶେଷଜ୍ଞ ରୁଥ ଟାଭିସ କହିଛନ୍ତି ଯେ ଏହି ଗବେଷଣାରୁ ସେମାନେ ପାଇଛନ୍ତି ଯେ ଦୀର୍ଘ ସମୟ ଯାଏ ରାତିରେ କାମ କରୁଥିବା ମହିଳାଙ୍କ ଠାରେ ସ୍ତନ କ୍ୟାନସର ବିକଶିତ ହେବାର ଅଧିକ ଆଶଙ୍କା ନ ଥାଏ। ବ୍ରିଟିଶ ହେଲଥ ଆଣ୍ଡ ସେଫ୍ଟି ଏକ୍ସିକ୍ୟୁଟିଭ, କ୍ୟାନସର ରିସର୍ଚ୍ଚ ୟୁକେ ଓ ୟୁକେ ମେଡିକାଲ ରିସର୍ଚ୍ଚ କାଉନସିଲ ଦ୍ବାରା ବିଶ୍ଳେଷଣ କରାଯାଇଥିବା ଏହି ଗବେଷଣାର ଫଳାଫଳ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ ପତ୍ରିକାରେ ପ୍ରକାଶ କରାଯାଇଥିଲା।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ