ବିଦେଶୀ ପକ୍ଷୀଙ୍କ କଳରବରେ ସୋହେଲଭା ଗୁଞ୍ଜରିତ, କରୁଛି ପର୍ଯ୍ୟଟକଙ୍କୁ ଆକର୍ଷିତ


ପ୍ରତୀକାତ୍ମକ ଫଟୋ
ଉତ୍ତର ପ୍ରଦେଶର ବଳରାମପୁର ଜିଲାର ସୋହେଲଭା ବନ୍ୟ ଜୀବ ସଂରକ୍ଷିତ କ୍ଷେତ୍ର ସୂଦୂରରୁ ଆଗମନ କରୁଥିବା ବିଦେଶୀ ପକ୍ଷୀଙ୍କ କଳରବରେ ଗୁଞ୍ଜରିତ ହେଉଛି। ସାଇବେରିଆ, ଆଫଗାନିସ୍ତାନ ସମେତ ଅନ୍ୟ ଦେଶରୁ ଆସିଥିବା ରଙ୍ଗ ବେରଙ୍ଗର ବିଦେଶୀ ଅତିଥି ପକ୍ଷୀ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରୁଛନ୍ତି। ଶରତ ଋତୁର ଆରମ୍ଭରୁ ହିଁ ସାଇବେରିଆରେ ବରଫପାତ ହେବା ଫଳରେ ପକ୍ଷୀଙ୍କ ଖାଦ୍ୟର ଅଭାବ ପଡ଼ିଥାଏ। ଯେଉଁ କାରଣରୁ ସାଇବେରିଆନ ପକ୍ଷୀ ଖାଦ୍ୟ ଅନ୍ବେଷଣ କରି ନଭେମ୍ବର ମାସରୁ ହିଁ ଏଠାକୁ ଆସିଥାନ୍ତି। ଚାରି ମାସ ଏଠାରେ ରହିବା ପରେ ମାର୍ଚ୍ଚ ମାସରେ ବସନ୍ତ ଋତୁର ଆଗମନ ପରେ ନିଜ ଗନ୍ତବ୍ୟ ସ୍ଥଳକୁ ଫେରି ଯାଆନ୍ତି। ଏହି ୪ ମାସ ସୋହେଲଭା ପକ୍ଷୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଥାଏ।

ଏହି ସମୟରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ବନ ବିଭାଗର ମଧ୍ୟ ବିପୁଳ ଲାଭ ହୋଇଥାଏ। ଆଫଗାନିସ୍ତାନରୁ ଆସିଥିବା ହାଇବ୍ୟାକେଲ ପର୍ଯ୍ୟଟକଙ୍କୁ ସମ୍ମୋହିତ କରିବା ସହିତ ନିଜର ସୁନ୍ଦର ମୃଦୁ ସ୍ବରରେ ସେମାନଙ୍କୁ ବଶ କରିଥାଏ। ଏହି ବିଦେଶୀ ଅତିଥି ଫେରିବା ସମୟରେ ପ୍ରଜନନ ମଧ୍ୟ କରିଥାନ୍ତି। ପକ୍ଷୀଙ୍କ ସହିତ ବନ୍ୟାଞ୍ଚଳରେ ଦେଖିବାକୁ ମିଳୁଥିବା ଦୁର୍ଲଭ ସର୍ପ, ବନ୍ୟଜୀବ ମଧ୍ୟ ପର୍ଯ୍ୟଟକଙ୍କୁ ଆନନ୍ଦିତ କରିଥାଏ। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ନେପାଳ, ଦିଲ୍ଲୀ ଓ ଅନ୍ୟ କେତେକ ସ୍ଥାନରେ ବାର୍ଡ ଫ୍ଲୁ କାରଣରୁ ବିଦେଶୀ ପକ୍ଷୀଙ୍କ ଠାରେ ଭାଇରସର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଦୂରରୁ ହିଁ ପକ୍ଷୀ ଦେଖିବାକୁ ପରାମର୍ଶ ଦିଆଯାଉଛି। ଶିକାରୀଙ୍କ ଠାରୁ ପକ୍ଷୀଙ୍କୁ ରକ୍ଷା କରିବା ଲାଗି ବନସଂରକ୍ଷକଙ୍କୁ ସତର୍କ ମଧ୍ୟ କରି ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ