ଲୋହଡ଼ୀରେ ପାଆନ୍ତୁ ପରଫେକ୍ଟ ଲୁକ


ପ୍ରତୀକାତ୍ମକ ଫଟୋ
ହିନ୍ଦୁ ପଞ୍ଜିକା ଅନୁସାରେ ଲୋହଡ଼ୀକୁ ଏକ ବିଶେଷ ପର୍ବ ଭାବେ ପାଳନ କରାଯାଏ। ଏହା ପୂରା ଭାରତରେ ଧୁମଧାମରେ ପାଳନ କରାଯାଏ। ଲୋହଡ଼ୀ ପର୍ବ ପାଳନ କରିବାକୁ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ନବବିବାହିତଙ୍କ ପାଇଁ ଲୋହଡ଼ୀ ପର୍ବ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ। ଏହି ଦିନ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥାଏ। ଯଦି ଲୋହଡ଼ୀରେ କୌଣସି ପାର୍ଟି କିମ୍ବା ଫଙ୍କସନର ସାମିଲ ହେବାକୁ ଯୋଜନା ରଖିଛନ୍ତି, ତେବେ ଏହି ଫ୍ୟାଶନ ଆପଣାଇ ପାରିବେ।

ପଟିୟାଲା ସୁଟରେ ଦେଶୀ ଲୁକ

ଲୋହଡ଼ୀ ପର୍ବର ରଙ୍ଗରେ ରଙ୍ଗୀନ ହେବା ଲାଗି ଆପଣ ଏହି ଦିନ ପଟିୟାଲା ସୁଟ ପିନ୍ଧିପାରିବେ। ଏହା ଆପଣଙ୍କୁ ପୂରାପୂରି ଦେଶୀ ଲୁକ ଦେବ। ପଟିୟାଲା ସୁଟ ସହିତ ଏକ ଭାରୀ ଏମ୍ବ୍ରୋଡୋରୀଯୁକ୍ତ ଦୁପଟ୍ଟା ବ୍ୟବହାର କରିପାରିବେ। ଏହି ସୁଟ ସହିତ ଆପଣ ଫୁଲକାରୀ ଦୁପଟ୍ଟା ମଧ୍ୟ ନେଇପାରିବେ। ଏହା ଆପଣଙ୍କୁ ନିଜ ସଂସ୍କୃତି ସହିତ ଯୋଡ଼ି ରଖିବ।

ଅନାରକଲୀକୁ ଦିଅନ୍ତୁ ଅଲଗା ଲୁକ
ଫ୍ୟାଶନ ଡିଜାଇନରଙ୍କ କହିବାନୁସାରେ ଯଦି ଆପଣ ସାଧାରଣ ଅନାରକଲି ପିନ୍ଧିବାକୁ ଚାହୁ ନାହାନ୍ତି, ତେବେ ନିଜ ଦୁପଟ୍ଟା ଅନୁସାରେ ନିଜ ପ୍ୟାଣ୍ଟ ସହିତ କିଛି ନୂଆ ଟ୍ରାଏ କରିପାରିବେ। ଆପଣ ଲେୟାର୍ଡ ପାଟର୍ଣ୍ଣ କିମ୍ବା ଏ-ଲାଇନ ଅନାରକଲି ମଧ୍ୟ ଟ୍ରାଏ କରିପାରିବେ।

ଏଥନିକ ଜ୍ୟାକେଟ ଓ ବ୍ଲେଜର ଦେବ କ୍ଲାସି ଲୁକ
ଯେଉଁ ଝିଅମାନେ ଦୁପଟ୍ଟା ବ୍ୟବହାର କରିବାକୁ ଚାହୁ ନାହାନ୍ତି, ସେମାନେ ଏକ ପ୍ଲେନ କୁର୍ତ୍ତି ସହିତ ଡିଜାଇନର ଜ୍ୟାକେଟ ଓ ଚୁଡ଼ିଦାର ପାଇଜାମା କିମ୍ବା ପଟିୟାଲା ସାଲୱାର ପିନ୍ଧିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ