ଉପଯୋଗୀ ଟିପ୍ସ
ଲୋହଡ଼ୀରେ ଦେଶୀ ଉପାୟରେ ଘର ସଜାନ୍ତୁ

ପ୍ରତୀକାତ୍ମକ ଫଟୋ
ସାରା ଦେଶରେ ୧୩ ଜାନୁଆରୀରେ ଲୋହଡ଼ୀ ପର୍ବ ପାଳନ ହେବାକୁ ଯାଉଛି। ଏହି ପର୍ବ ମକର ସଂକ୍ରାନ୍ତିର ପୂର୍ବଦିନ ପଡ଼ିଥାଏ। ଲୋହଡ଼ୀ ଉତ୍ତର ଭାରତର ସବୁଠାରୁ ଲୋକପ୍ରିୟ ପର୍ବ ମଧ୍ୟରେ ଅନ୍ୟତମ। ଏହା ପଞ୍ଜାବୀ ଲୋକଙ୍କ ଦ୍ବାରା ବେଶ ଧୁମଧାମରେ ପାଳନ କରାଯାଇଥାଏ। ପଞ୍ଜାବ ବ୍ୟତୀତ ଏହି ପର୍ବ ହିମାଚଳ ପ୍ରଦେଶ, ହରିୟାଣା, ପଶ୍ଚିମୀ ଉତ୍ତର ପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ଉତ୍ସାହର ସହିତ ପାଳନ କରାଯାଏ। ପଞ୍ଜାବର ଏହି ପାରମ୍ପରିକ ପର୍ବ ଲୋହଡ଼ୀ ଫସଲ ଅମଳ ସହିତ ଜଡ଼ିତ ଏକ ବିଶେଷ ପର୍ବ। ତେବେ ଚାଲନ୍ତୁ ଜାଣିବା ଲୋହଡ଼ୀ ଅବସରରେ ଦେଶୀ ଉପାୟରେ କିପରି ଘର ସଜାଇବେ।
ବେଲୁନ
ଆଜିକାଲି ପ୍ରତ୍ୟେକ ପାର୍ଟି ପାଇଁ ବେଲୁନ ଡେକୋରେସନ ଖୁବ ଲୋକପ୍ରିୟ ହେବାରେ ଲାଗିଛି। ବେଲୁନ ସହିତ ଭେନ୍ୟୁର ମଞ୍ଚ ଓ ଗେଟକୁ ସଜାଇ ପାରିବେ। ଲୋହଡ଼ୀ ପର୍ବ ଅବସରରେ ଫାୟାର ଲୁକ ବେଲୁନର ଉପଯୋଗ କରିପାରିବେ।
ଲାଇଟ ଓ ଫୁଲ
ଘର ସଜାଇବା ଲାଗି ଲାଇଟ ଓ ଫୁଲ ବ୍ୟବହାର କରିପାରିବେ। ଆପଣ ପାର୍ଟିର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ନୂଆ ଡିଜାଇନର ଲାଇଟ ଓ ସୁଗନ୍ଧିତ ଫୁଲର ବ୍ୟବହାର କରିପାରିବେ।
ପାରମ୍ପରିକ ଥିମ
ଲୋହଡ଼ୀରେ ଘର ସଜାକୁ ପାରମ୍ପରିକ ରୂପ ଦେବା ପାଇଁ ପଞ୍ଜାବୀ ଫୁଡ ପିକଚର୍ସ, ଖାଲି ମଦ ବୋତଲ, ସାଇକେଲ, ଟ୍ରାକ୍ଟର, ଖଟିଆ ଭଳି ପଞ୍ଜାବୀ ପାରମ୍ପରିକ ଜିନିଷ ଡେକୋରେସନରେ ବ୍ୟବହାର କରିପାରିବେ। ଏହି ସାଜସଜ୍ଜା ଆପଣଙ୍କ ଅତିଥିଙ୍କୁ ଆକର୍ଷିତ କରିବ।
ଶାଢ଼ି ଓ ଦୁପଟ୍ଟା
ଲୋହଡ଼ୀ ପାର୍ଟି ସଜାଇବା ଲାଗି ଦୁପଟ୍ଟା ଓ ଶାଢ଼ିର ମଧ୍ୟ ବ୍ୟବହାର କରିପାରିବେ। ଏହା ଆପଣଙ୍କ ଡେକୋରେସନକୁ କଲରଫୁଲ ଓ ଟ୍ରେଣ୍ଡି କରିଦେବ। ଏସବୁ ଜିନିଷ ଆପଣଙ୍କ ଘରେ ମଧ୍ୟ ସହଜରେ ଉପଲବ୍ଧ ହେବ। ଏହା ଘର ସଜାଇବା ଲାଗି ସବୁଠାରୁ ଶସ୍ତା ଓ ସହଜ ଉପାୟ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ