ପୁଣି ସିଡନୀରେ ଦର୍ଶକଙ୍କ ବିରୋଧରେ ଜାତିଆଣ ଆରୋପ ଅଭିଯୋଗ


ଭାରତୀୟ ବୋଲର ମହମ୍ମଦ ସିରାଜଙ୍କୁ ଦର୍ଶକ ଗାଳିଗୁଲଜ କରିବା ପରେ ଫିଲ୍ଡ ଅମ୍ପାୟରଙ୍କୁ ଜଣାଉଛନ୍ତି ଅଧିନାୟକ ଅଜିଙ୍କ୍ୟ ରାହାଣେ
ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟରେ ଭାରତୀୟ ଖେଳାଳି ପୁଣି ଥରେ ସିଡନୀ ଦର୍ଶକଙ୍କ ବିରୋଧରେ ଜାତିଆଣ ଆରୋପ ଅଭିଯୋଗ ଆଣିଛନ୍ତି। ୪ର୍ଥ ଦିନ ଖେଳରେ ନବାଗତ ବୋଲର ମହମ୍ମଦ ସିରାଜଙ୍କୁ ସ୍କୋୟାର ଲେଗ ବାଉଣ୍ଡରୀରେ ଫିଲ୍ଡିଂ କରିବା ବେଳେ ଦର୍ଶକ ତାଙ୍କୁ ଜାତିଆଣ ଆରୋପ କରି ଗାଳିଗୁଲଜ କରିଛନ୍ତି। ସେ ଏନେଇ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଅଭିଯୋଗ କରିବା ପରେ ରାହାଣେ ତୁରନ୍ତ ଫିଲ୍ଡ ଅମ୍ପାୟରଙ୍କୁ ଜଣାଇଥିଲେ। ଏହାପରେ ଭାରତୀୟ ଖେଳାଳି ଖେଳ ବନ୍ଦ କରି ପଡ଼ିଆ ମଝିରେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଛିଡ଼ା ହୋଇ ଆଲୋଚନା କରିବା ଦେଖିବାକୁ ମିଳିଥିଲା। ଫଳରେ ସେହି ୧୫ ମିନିଟ ଆଉ ଖେଳ ହୋଇପାରି ନ ଥିଲା।

ଏହିପରି ସ୍ଥିତିରେ ପଡ଼ିଆରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଯେଉଁ ପ୍ୟାଭିଲିଅନରୁ ଜାତିଆଣ ଆରୋପ ନେଇ ଅଭିଯୋଗ ଆସିଥିଲା, ସେହି ପ୍ୟାଭିଲିଅନରୁ ଦର୍ଶକଙ୍କୁ ଖାଲି କରିବା ପରେ ପୁଣି ଥରେ ମ୍ୟାଚ ଆରମ୍ଭ ହୋଇଥିଲା। ୩ୟ ଦିନରେ ସିରାଜ ଓ ବୁମରା ଜାତିଗତ ଆରୋପ ନେଇ ଅଭିଯୋଗ ଆଣିବା ପରେ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଆଇସିସି ପାଖରେ ଅଭିଯୋଗ କରାଯାଇଥିଲା, ଯାହା ବିଚାରାଧୀନ ରହିଛି। ପୁଣି ଆଜି ସେହି ସମାନ ଅଭିଯୋଗ ଆସିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କ୍ଷମା ପ୍ରାର୍ଥନ କରାଯାଇଛି। ଯେଉଁମାନେ ଏହି ଅଭିଯୋଗ କରିଛନ୍ତି ବୋଲି ପ୍ରମାଣ ମିଳିବ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ପାଇଁ ପୋଲିସକୁ ସୁପାରିସ କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ଉଭୟ ଭାରତ ଓ ଅଷ୍ଟ୍ରେଲିଆର ବହୁ ପୂର୍ବତନ କ୍ରିକେଟର ଏହି ଘଟଣାକୁ ନିନ୍ଦା କରି ଟ୍ବିଟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ