ଯୁବ ଜଗତ
ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାବେଳେ ଆପଣାନ୍ତୁ ସାବଧାନତା

ପ୍ରତୀକାତ୍ମକ ଫଟୋ
୧୪ ଜାନୁଆରୀରେ ପଡ଼ୁଛି ମକର ସଂକ୍ରାନ୍ତି। ଏହି ଅବସରରେ ଲୋକେ ରାଶିରେ ତିଆରି ଖାଦ୍ୟର ମଜା ନେଉଥିବାବେଳେ ଗୁଡ଼ି ଉଡ଼ାଇବାର ପରମ୍ପରା ମଧ୍ୟ ରହିଛି। ରାଶି ଗୁଡ଼ର ଖାଦ୍ୟ ଓ ଗୁଡ଼ି ଉଡ଼ା ବିନା ମକର ସଂକ୍ରାନ୍ତି ଅଧୁରା ବୋଲି କୁହାଯାଏ। ତେଣୁ ଏହି ଦିନ ଆକାଶରେ ରଙ୍ଗବେରଙ୍ଗର ଗୁଡ଼ି ଉଡ଼ୁଥିବା ଦେଖିବାକୁ ମିଳିଥାଏ। ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଘରର ଛାତ ଉପରେ ଗୁଡ଼ି ଉଡ଼ାଉଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଅନେକ ସମୟରେ ସାଧାରଣ ଅସାବଧାନତା ପାଇଁ ବଡ଼ ଦୁର୍ଘଟଣା ଘଟିଯାଏ। ବିଶେଷକରି ପିଲାମାନେ ଏହାର ଅଧିକ ଶିକାର ହେଉଛନ୍ତି। ତେଣୁ ପିଲାମାନେ ଗୁଡ଼ି ଉଡ଼ାଇବାବେଳେ ସେମାନଙ୍କର ବିଶେଷ ଯତ୍ନ ନେବା ଦରକାର। ଆଜି ଏଠାରେ ଏ ସମ୍ପର୍କରେ କେତେକ ସୂଚନା ଦିଆଯାଇଛି, ଯାହା ଅନୁସରଣ କରି ଆପଣ ସାବଧାନତା ଅବଲମ୍ବନ କରିପାରିବେ।
ଉଚ୍ଚରେ ଉଡ଼ାନ୍ତୁନି ଗୁଡ଼ି
ଗୁଡ଼ି ଉଡ଼ାଇବା ସମୟରେ ପିଲାଙ୍କ ଧ୍ୟାନ କେବଳ ଗୁଡ଼ି ଉପରେ ରହିଥାଏ। ଏପରିସ୍ଥଳେ ଛାତ ଉପରେ କିମ୍ବା କୌଣସି ଉଚ୍ଚ ସ୍ଥାନରେ ଗୁଡ଼ି ଉଡ଼ାଇବାବେଳେ ଦୁର୍ଘଟଣାର ଆଶଙ୍କା ରହିଛି। ତେଣୁ ପିଲାଙ୍କୁ ଏଭଳି ସ୍ଥାନରେ ଗୁଡ଼ି ଉଡ଼ାଇବାକୁ ବାରଣ କରନ୍ତୁ। କାରଣ ଉଚ୍ଚସ୍ଥାନରୁ ପଡ଼ିଯିବାର ଆଶଙ୍କା ଥାଏ। ଚାରିପଟେ ବାଡ଼ ନ ଥିବା ଛାତ ଉପରେ ଗୁଡ଼ି ଉଡ଼ାଇବାକୁ ଆଦୌ ଦିଅନ୍ତୁନି।
ଚାଇନିଜ ମାଞ୍ଝା କିଣନ୍ତୁନି
ଚାଇନିଜ ମାଞ୍ଝାରେ ଗଳା କଟିଯିବାର ଅନେକ ଘଟଣା ସାମ୍ନାକୁ ଆସିଥାଏ। ତେଣୁ ଆପଣ ପିଲାଙ୍କ ବ୍ୟତୀତ ନିଜେ ମଧ୍ୟ ଚାଇନିଜ ମାଞ୍ଝା ଠାରୁ ଦୂରେଇ ରହନ୍ତୁ। ଏଥିରେ କାଚ ଗୁଣ୍ଡ ଚଢ଼ାଯାଇଥାଏ। ତେଣୁ ଏଥିରେ ଗୁଡ଼ି ଉଡ଼ାଉଥିବା ପିଲା, ବ୍ୟକ୍ତି କିମ୍ବା ଅନ୍ୟଲୋକ ଆହତ ହେବାର ସମ୍ଭାବନା ରହିଛି। ଏଥିସହିତ ଆଖପାଖରେ ଉଡ଼ୁଥିବା ପକ୍ଷୀ ମଧ୍ୟ ଏହାଦ୍ବାରା ଆହତ ହୋଇପାରନ୍ତି। ତେଣୁ ସାଧାରଣ ମାଞ୍ଝା କିଣନ୍ତୁ। ଏହାଦ୍ବାରା ପିଲାମାନେ ମଧ୍ୟ ସୁରକ୍ଷିତ ରହିବେ।
ସଡ଼କ ଓ ଖମ୍ବ ଠାରୁ ଦୂରେଇ ରହନ୍ତୁ
ଗୁଡ଼ି ଉଡ଼ାଇବାବେଳେ ଏଭଳି ସ୍ଥାନ ଚୟନ କରନ୍ତୁ, ଯେଉଁଠି ଲୋକଙ୍କ ଯାତାୟତ ହେଉ ନ ଥିବ କିମ୍ବା ଇଲେକ୍ଟ୍ରି ଖୁଣ୍ଟ ନ ଥିବ। କାରଣ ଗୁଡ଼ି ଉଡ଼ାଇବାବେଳେ ଏହା ବାରମ୍ବାର ଇଲେକ୍ଟ୍ରି ତାରରେ ଛନ୍ଦି ହୋଇଯିବ କିମ୍ବା ଲୋକଙ୍କ ଯାତାୟାତରେ ଅସୁବିଧାର କାରଣ ହୋଇ ପିଲାମାନେ ଦୁର୍ଘଟଣାର ଶିକାର ହେବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ