ଲାଇଫ ଷ୍ଟାଇଲ
କୋଲେଷ୍ଟ୍ରଲ କମ କରିବାକୁ ଖାଆନ୍ତୁ ଏହି ସୁପରଫୁଡ଼

ପ୍ରତୀକାତ୍ମକ ଫଟୋ
ଆଜିକାଲି ଅଧିକାଂଶ ଲୋକେ କୋଲେଷ୍ଟ୍ରଲ ସମସ୍ୟା ଭୋଗୁଛନ୍ତି। କୋଲେଷ୍ଟ୍ରଲ ବଢ଼ିବା ଫଳରେ ହୃତଜନିତ ରୋଗ ଆଶଙ୍କା ବଢ଼ିଯାଏ। କୋଲେଷ୍ଟ୍ରଲ ଦୁଇ ପ୍ରକାରର ହୋଇଥାଏ। ଏଚଡିଏଲ ଅର୍ଥାତ ଗୁଡ଼ କୋଲେଷ୍ଟ୍ରଲ ଓ ଏଲଡିଏଲ ଅର୍ଥାତ ବ୍ୟାଡ କୋଲେଷ୍ଟ୍ରଲ। ବାହାର ଖାଦ୍ୟ ଖାଇବା, ବ୍ୟାୟାମ ନ କରିବା, ଅଧିକ ତେଲ ଛଣା ଜିନିଷ ଖାଇବା ଓ ଅସ୍ବାସ୍ଥ୍ୟକର ଜୀବନଶୈଳୀ କାରଣରୁ କୋଲେଷ୍ଟ୍ରଲ ବଢ଼ିଥାଏ। ବଂଶାନୁଗତ, ମୋଟାପଣ ଓ ସ୍ମୋକିଂ ମଧ୍ୟ ଏହାର କାରଣ ହୋଇପାରେ। କୋଲେଷ୍ଟ୍ରଲ କମ କରିବା ଲାଗି ଆପଣ ନିଜ ଡାଏଟରେ କେତେକ ଖାଦ୍ୟ ସାମିଲ କରିପାରିବେ।
ରସୁଣ
କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ଲାଗି ରସୁଣ ଲାଭଦାୟକ ବୋଲି କୁହାଯାଏ। ରସୁଣରେ ଏଲିସନ ନାମକ ତତ୍ତ୍ବ ରହିଛି, ଯାହା ହୃତପିଣ୍ଡର ଆର୍ଟିଜମକୁ ସଫା କରିବା ସହିତ ରକ୍ତଚାପକୁ ମଧ୍ୟ ସ୍ବାଭାବିକ କରିବାରେ ସାହାଯ୍ୟ କରିଥାଏ।
ଓଟସ
ସ୍ବାସ୍ଥ୍ୟ ପାଇଁ ଓଟସ ବହୁତ ଲାଭକାରୀ। ଓଟସ ସେବନ କରିବା ଦ୍ବାରା କୋଲେଷ୍ଟ୍ରଲ ଲେବଲ ନିୟନ୍ତ୍ରଣରେ ରହିଥାଏ। ଏଥିରେ ଗ୍ଲୁକନ ନାମକ ତତ୍ତ୍ବ ରହିଛି। ଏହା ଅନ୍ତନାଳି ସଫା କରିବା ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ।
ପିଆଜ
ପିଆଜ ଖାଦ୍ୟର ସ୍ବାଦ ବଢ଼ାଇଥାଏ। କିନ୍ତୁ ପିଆଜ କେବଳ ସ୍ବାଦ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭଲ। ଲାଲ ପିଆଜ ସେବନ କରିବା ଦ୍ବାରା କୋଲେଷ୍ଟ୍ରଲ ଲେବଲ ନିୟନ୍ତ୍ରଣରେ ରହିଥାଏ।
ଅଖରୋଟ
ଅଖରୋଟ ଏଭଳି ଏକ ଡ୍ରାଏଫ୍ରୁଟ ଯାହା ପୋଷକତତ୍ତ୍ବରେ ଭରପୂର। ଅଖରୋଟକୁ ମସ୍ତିଷ୍କ ପାଇଁ ବହୁତ ଭଲ ବୋଲି କୁହାଯାଏ। ଅଖରୋଟ ସେବନ କରି କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରାଯାଇପାରେ। ଏହାବ୍ୟତୀତ ହୃତପିଣ୍ଡ ପାଇଁ ମଧ୍ୟ ଏହା ବହୁତ ଭଲ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ