ବାର୍ଡ ଫ୍ଲୁ ହୋଇପାରେ ପ୍ରାଣଘାତୀ, ଜାଣନ୍ତୁ ଏଚ୫ଏନ୧ ଭୂତାଣୁ ସମ୍ପର୍କରେ


ପ୍ରତୀକାତ୍ମକ ଫଟୋ
କୋରୋନା ମହାମାରୀ ସମୟରେ ଏବେ ଦେଶରେ ବାର୍ଡ ଫ୍ଲୁ (ଏଚ୫ଏନ୧ ସଂକ୍ରମଣ) ବ୍ୟାପିବାରେ ଲାଗିଛି। ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ନିକଟରେ କେନ୍ଦ୍ର ସରକାର ମଧ୍ୟ ବାର୍ଡ ଫ୍ଲୁକୁ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ମଧ୍ୟ ପ୍ରଦେଶ, ରାଜସ୍ଥାନ, କେରଳ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ଦେଖିବାକୁ ମିଳିଛି। ତେବେ ଏହାଦ୍ବାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ବିଦେଶୀ ପକ୍ଷୀଙ୍କ ଆଗମନ ସହିତ ବାର୍ଡ ଫ୍ଲୁ ଶୀଘ୍ର ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଏପରିସ୍ଥଳେ ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ଉପାୟ ଖୋଜିବାରେ ଲାଗିଛନ୍ତି। ବାର୍ଡ ଫ୍ଲୁକୁ ନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ ଉଠିବାରେ ଲାଗିଛି। ବାର୍ଡ ଫ୍ଲୁର କାରଣ, ଏହାର ଲକ୍ଷଣ ଓ ଏହି ଭାଇରସରୁ ରକ୍ଷା ପାଇବାର ଉପାୟ ଆଦି ସମ୍ପର୍କରେ ଜାଣିବାକୁ ଲୋକେ ଚେଷ୍ଟା କରୁଛନ୍ତି।

କୋଭିଡ଼-୧୯ ଓ ବାର୍ଡ ଫ୍ଲୁ ଏକା ପ୍ରକାରର ବ୍ୟାପିଥାଏ କି?
ଦେଶରେ ଏବେ କୋରୋନା ସଂକ୍ରମଣ ବ୍ୟାପିଛି। ଏପରିସ୍ଥଳେ ବାର୍ଡ ଫ୍ଲୁ ଦୋହରା ସଙ୍କଟ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ ଅନୁସାରେ ବାର୍ଡ ଫ୍ଲୁର ଏଭିଏନ ଏନଫ୍ଲୁଏଞ୍ଜା କୋଭିଡ଼-୧୯ ଭୂତାଣୁ ସହ ଅନେକ ସାମଞ୍ଜସ୍ୟ ରହିଛି। ଏଥିରେ ଭାଇରସକୁ ମ୍ୟୁଟେଟ କରିବାର କ୍ଷମତା ରହିଛି। ଯାହା ଅନେକ ନୂଆ ରୂପରେ ମାନବ ଶରୀରକୁ ସଂକ୍ରମିତ କରିଥାଏ। ଏହି ଭାଇରସରୁ ମ୍ୟୁଟେସନ ହୋଇ ସୃଷ୍ଟି ହୋଇଥିବା ଏଚ୭ଏନ୯ ଭାଇରସ ସବୁଠାରୁ ଘାତକ ହୋଇପାରେ।

ବାର୍ଡ ଫ୍ଲୁର ଟିକା ରହିଛି କି?
ଏଚ୫ଏନ୧କୁ ରୋକିବା ଲାଗି ଅନେକଗୁଡ଼ିଏ ଟିକା ବିକଶିତ କରାଯାଇଛି। କିନ୍ତୁ ଏହା ବ୍ୟାପକ ରୂପେ ପ୍ରଭାବୀ ହେବାର ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ। ତେଣୁ ସାବଧାନତା ଅବଲମ୍ବନ କରିବା ସବୁ ଠାରୁ ବଡ଼ ସୁରକ୍ଷା।

କେମିତି ବ୍ୟାପିଥାଏ ବାର୍ଡ ଫ୍ଲୁ?
ଏଚ୫ଏନ୧ର ପ୍ରାୟ ମାମଲା ଭାଇରସ ଦ୍ବାରା ସଂକ୍ରମିତ ଜୀବିତ କିମ୍ବା ମୃତ ପକ୍ଷୀ ସମ୍ପର୍କରେ ଆସିବା ଦ୍ବାରା ହୋଇଥାଏ। ଏହାବ୍ୟତୀତ ବାର୍ଡ ଫ୍ଲୁ ଦ୍ବାରା ଦୂଷିତ ପରିବେଶ ସମ୍ପର୍କରେ ଆସିବା ଦ୍ବାରା ମଧ୍ୟ ଏହି ସଂକ୍ରମଣ ଆଶଙ୍କା ବଢ଼ିଥାଏ। ଯଦିଓ ଏହା ସହଜରେ ମନୁଷ୍ୟକୁ ସଂକ୍ରମିତ କରି ନ ଥାଏ, କିନ୍ତୁ ଏହା ଠାରୁ ସତର୍କ ରହିବା ଜରୁରୀ। କାରଣ ଏହି ଭାଇରସ ବହୁତ ବିପଦପୂର୍ଣ୍ଣ ଓ ପ୍ରାଣଘାତୀ ଅଟେ।

ବାର୍ଡ ଫ୍ଲୁ ବା ଏଭିଏନ ଫ୍ଲୁ କ’ଣ?
ବାର୍ଡ ଫ୍ଲୁ ଏକ ପ୍ରକାରର ଏନଫ୍ଲୁଏଞ୍ଜା ଭାଇରସ। ଏହା ବ୍ୟାପିବାର ସବୁ ଠାରୁ ବଡ଼ କାରଣ ପକ୍ଷୀ। ସାଧାରଣତଃ ଏହି ଭାଇରସ ଗୋଟିଏ ପକ୍ଷୀ ଠାରୁ ଅନ୍ୟ ପକ୍ଷୀଙ୍କୁ ବ୍ୟାପିଥାଏ। ଯାହା ବହୁତ ଘାତକ ହୋଇଥାଏ। ଏଥିରେ ସଂକ୍ରମିତ ହେବା ଫଳରେ ଶ୍ବାସ ପ୍ରଶ୍ବାସରେ ସମସ୍ୟା ହୋଇଥାଏ। ଏହାର ଅନେକ ଗୁଡ଼ିଏ ଷ୍ଟ୍ରେନ ମଧ୍ୟ ରହିଛି। ସବୁ ଠାରୁ ବଡ଼ କଥା ଏହାଦ୍ବାରା ହେଉଥିବା ମୃତ୍ୟୁ ହାର ୬୦ ପ୍ରତିଶତ।

ବାର୍ଡ ଫ୍ଲୁର ଲକ୍ଷଣ
ବାର୍ଡ ଫ୍ଲୁ ଭାଇରସ ଦ୍ବାରା ସଂକ୍ରମିତ ହେଲେ ଜ୍ବର ହେବା, ବ୍ୟସ୍ତ ଲାଗିବା, ଶରୀର ଯନ୍ତ୍ରଣା ହେବା, ଥଣ୍ଡା ହେବା ସହିତ ଗଳା ବସିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଅନେକ ସମୟରେ ପେଟରେ ଯନ୍ତ୍ରଣା ହେବା ସମସ୍ୟା, ଛାତି ଯନ୍ତ୍ରଣା ଓ ପେଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ହୋଇଥାଏ। ଯଦି ଏପରି କିଛି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ। ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଓ ନିମୋନିଆର କାରଣ ମଧ୍ୟ ବାର୍ଡ ଫ୍ଲୁ ହୋଇପାରେ।

ଚିକେନ ଖାଇବା ସୁରକ୍ଷିତ କି?
ଯଦି ଚିକେନକୁ ଭଲ ଭାବେ ସଫା କରି ରନ୍ଧାଯାଏ, ତେବେ ଏହା ଖାଇବା ସୁରକ୍ଷିତ। କାରଣ ଗରମରେ ଏହି ଭାଇରସ ଦୁର୍ବଳ ପଡ଼ିଯାଏ ଓ ଅନେକାଂଶରେ ନଷ୍ଟ ମଧ୍ୟ ହୋଇଯାଏ। ତେଣୁ ଚିକେନକୁ ଅତିକମରେ ୭୦ ଡିଗ୍ରୀ ସେଲସିୟସ ଆଞ୍ଚରେ ରାନ୍ଧନ୍ତୁ। ପୋଲଟ୍ରି ପ୍ରଡକ୍ଟ ରାନ୍ଧିବାବେଳେ ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ