ବ୍ୟାଟିଂ ବେଳେ ଋଷଭ ପନ୍ତ ଆହତ: ୱିକେଟ କିପିଂ କଲେ ଋଦ୍ଧିମାନ


ତୃତୀୟ ଟେଷ୍ଟରେ ଋଷଭ ପନ୍ତ ଓ ଋଦ୍ଧିମାନ ସାହା ଆହତ ହୋଇଛନ୍ତି
ତୃତୀୟ ଟେଷ୍ଟରେ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି। ପ୍ରଥମ ଇନିଂସରେ ଦଳ ପଛୁଆ ରହିଥିଲା ବେଳେ ବ୍ୟାଟିଂ ବେଳେ ଦୁଇଜଣ ବ୍ୟାଟ୍ସମ୍ୟାନ ଆହତ ହୋଇଛନ୍ତି। ୱିକେଟ କିପର ଋଷଭ ପନ୍ତ ୬୭ଟି ବଲରୁ ବେଶ ଭଲ ବ୍ୟାଟିଂ ଜରିଆରେ ୩୬ ରନରେ ବ୍ୟାଟିଂ କରୁଥିଲା ବେଳେ ପ୍ୟାଟ୍ଟ କମିନ୍ସଙ୍କ ଏକ ଶଟ ବଲକୁ ପୁଲ କରିବାକୁ ଯାଇ ବାମ ହାତରେ ଆଘାତ ପାଇଥିଲେ। ଯନ୍ତ୍ରଣା ହେବାରୁ ସେ ଆଉ ବ୍ୟାଟିଂ କରି ନପାରି ଫେରି ଯାଇଥିଲେ। ଏହାପରେ ସେ ପୁଣି ଥରେ ବ୍ୟାଟିଂ ପାଇଁ ଆସିଥିଲେ ବି ଜୋସ ହେଜଲଉଡଙ୍କ ବୋଲିଂରେ କଟ ବିହାଇଣ୍ଡ ହୋଇ ଫେରିଥିଲେ। ମାତ୍ର ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇସିସିର ନିୟମ ଅନୁସାରେ ପନ୍ତଙ୍କୁ ଚଳିତ ୩ୟ ଟେଷ୍ଟର ଅବଶିଷ୍ଟ ଖେଳରୁ ବାଦ ଦିଆଯାଇ ଋଦ୍ଧିମାନ ସାହାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଆହତ ପନ୍ତଙ୍କ ସ୍କାନ ଚାଲିଥିବା ନେଇ ବିସିସିଆଇ ଟ୍ବିଟ କରିବା ପରେ ଋଦ୍ଧିମାନଙ୍କୁ ଚୂଡ଼ାନ୍ତ ଏକାଦଶରେ ଗ୍ରହଣ ପାଇଁ ଆଇସିସି ଅନମୁତି ଦେଇଛି।

ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ବ୍ୟାଟିଂ କରିବା ବେଳେ ଆହତ ହୋଇଛନ୍ତି। ମାତ୍ର ତାଙ୍କର ଆହତଜନିତ ସମସ୍ୟା କେତେ ଗୁରୁତର ରହିଛି, ତାହା ସ୍ପଷ୍ଟ ହୋଇନି। ହେଲେ ସେ ବୋଲିଂ କରୁଥିବା ହାତରେ ଆଘାତ ଲାଗିଥିବାରୁ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ସେ ଭାରତ ପାଇଁ ନିୟମିତ ୱିକେଟ ହାସଲ କରିବା ସହ ଉପଯୋଗୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ