ଫ୍ୟାଶନ
ସିମ୍ପଲ ପୋଷାକରେ ସୋନାକ୍ଷୀଙ୍କ ଷ୍ଟାଇଲିଶ ଅନ୍ଦାଜ

ସୋନାକ୍ଷୀଙ୍କ ଏୟାରପୋର୍ଟ ଲୁକ
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଅଧିକାଂଶ ସମୟରେ ଭାରୀ ତଥା ଗର୍ଜିଅସ ପୋଷାକ ପିନ୍ଧିବା ଠାରୁ ଦୂରେଇ ରହିଥାନ୍ତି। ଘରୁ ବାହାରକୁ ଗଲାବେଳେ ସେ ସିମ୍ପଲ କିନ୍ତୁ ଆରାମଦାୟକ କପଡ଼ା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଗୋଟିଏ ପଟେ ସୋନାକ୍ଷୀ ରେଡ କାର୍ପେଟରେ ଲଙ୍ଗ ଗାଉନରୁ ଆରମ୍ଭ କରି ବଲଗାଉନ, ସ୍ଲିଟ ଡ୍ରେସ, ଡିଜାଇନର ସୁଟ, ଶାଢ଼ିରେ ନଜର ଆସୁଥିବାବେଳେ ଅନ୍ୟପଟେ କ୍ରପ ଟପ, ହାଇୱେଷ୍ଟ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତି। ଏବେ ସୋନାକ୍ଷୀଙ୍କ ଏପରି କିଛି ଲୁକ ଦେଖିବାକୁ ମିଳିଛି।
ଏୟାରପୋର୍ଟ ଲୁକ ପାଇଁ ସୋନାକ୍ଷୀ ଫୁଲ ସ୍ଲିଭସ କ୍ରପ ହୁଡି ସହିତ ବ୍ୟାଗି ପ୍ୟାଣ୍ଟ ପିନ୍ଧିଥିଲେ। ଏଥିସହିତ ନିଜ ସୁରକ୍ଷାକୁ ଧ୍ୟାନରେ ରଖି ସୋନାକ୍ଷୀ କଳା ରଙ୍ଗର ମାସ୍କ ମଧ୍ୟ ପିନ୍ଧିଥିଲେ। ଏହି ମାସ୍କରେ ‘ଷ୍ଟେ ଆୱେ’ ଲେଖାଯାଇଥିଲା। ମିନିମମ ମେକଅପ ସହିତ ସୋନାକ୍ଷୀଙ୍କ ଲୁକ ଜବରଦସ୍ତ ଥିଲା। ଏଥିସହିତ ସେ ତାଙ୍କ କେଶକୁ ଖୋଲା ରଖିଥିଲେ। ଏଥିସହିତ ସୋନାକ୍ଷୀ କଳା ରଙ୍ଗର ବୁଟସ ପିନ୍ଧିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ