ଉତ୍ତମ ସ୍ବାସ୍ଥ୍ୟ
ବାୟୁ ପ୍ରଦୂଷଣ ପାଇଁ ବଢ଼ୁଛି ଗର୍ଭପାତ ଆଶଙ୍କା

ପ୍ରତୀକାତ୍ମକ ଫଟୋ
ବାୟୁ ପ୍ରଦୂଷଣର ସାମ୍ନା କରୁଥିବା ଭାରତ, ପାକିସ୍ତାନ ଓ ବାଂଲାଦେଶର ଗର୍ଭବତୀ ମହିଳାଙ୍କଠାରେ ସମୟ ପୂର୍ବରୁ ପ୍ରସବ ଓ ଗର୍ଭପାତ ଆଶଙ୍କା ବଢ଼ିବାରେ ଲାଗିଛି। ରିସର୍ଚ୍ଚ ପତ୍ରିକା ‘ଦ ଲାନସେଟ ପ୍ଲାନେଟାରି ହେଲଥ’ରେ ପ୍ରକାଶିତ ଏକ ଗବେଷଣାରେ ଏହି ଆଶଙ୍କା ସମ୍ପର୍କରେ ସୂଚନା ଦିଆଯାଇଛି। ଗବେଷକମାନେ ନିଜ ଗବେଷଣାରୁ ପାଇଛନ୍ତି ଯେ ଦକ୍ଷିଣ ଏସିଆର ପ୍ରତ୍ୟେକ ବର୍ଷ ଆନୁମାନିକ ଭାବେ ୩,୪୯,୬୮୧ ମହିଳାଙ୍କ ଗର୍ଭପାତର ସମ୍ପର୍କ ବାୟୁରେ ଥିବା ଅତି ସୂକ୍ଷ୍ମ କଣିକା ପିଏମ ୨.୫ ସହିତ ଜଡ଼ିତ ଥିଲା। ଭାରତରେ ଷ୍ଟାଣ୍ଡାର୍ଡ ଏୟାର କ୍ବାଲିଟି ଇଣ୍ଡେକ୍ସରେ ପିଏମ ସ୍ତର ୨.୫ ଯୋଗୁ ପ୍ରତି ଘନମିଟରରେ ୪୦ ମାଇକ୍ରୋଗ୍ରାମରୁ ଅଧିକ କଣିକା ରହୁଛି। ଏହି ଗବେଷଣାରେ କୁହାଯାଇଛି ଯେ ୨୦୦୦-୨୦୧୬ ମଧ୍ୟରେ ହୋଇଥିବା ୭ ପ୍ରତିଶତ ଗର୍ଭପାତର କାରଣ ବାୟୁ ପ୍ରଦୂଷଣ ଥିଲା। ବାୟୁର ଗୁଣବତ୍ତାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନାନୁସାରେ ପ୍ରତି ଘନ ମିଟରରେ ୧୦ ମାଇକ୍ରୋଗ୍ରାମ ଅଧିକ କଣିକା ରହିବା ଫଳରେ ଗର୍ଭପାତ ୨୯ ପ୍ରତିଶତ ବଢ଼ିଯାଇଥାଏ।
ଚୀନର ପେକିଙ୍ଗ ୟୁନିଭସିର୍ଟିର ଗବେଷକ ଓ ଗବେଷଣାର ନେତୃତ୍ବ ନେଇଥିବା ତାଓ ଝୁ କହିଛନ୍ତି ବିଶ୍ବ ସ୍ତରରେ ଦକ୍ଷିଣ ଏସିଆରେ ସବୁଠାରୁ ଅଧିକ ଗର୍ଭପାତ ଘଟଣା ହୋଇଥାଏ। ସାରା ବିଶ୍ବ ତୁଳନାରେ ଏଠାରେ ପିଏମ ସ୍ତର ୨.୫ ରହୁଥିବାରୁ ଏହାକୁ ସବୁଠାରୁ ପ୍ରଦୂଷିତ କ୍ଷେତ୍ର ଭାବେ ଗଣାଯାଉଛି। ଖରାପ ବାୟୁ ପ୍ରଦୂଷଣ କାରଣରୁ ଦେଶରେ ଗର୍ଭପାତ ଆଶଙ୍କା ବଢ଼ିଯାଇଛି। ତେବେ ପ୍ରଦୂଷଣ ସ୍ତର ହ୍ରାସ କରିବା ଲାଗି ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ