ସିଡନୀରେ ଟିମ ଇଣ୍ଡିଆ, ବ୍ରିସବେନରେ ବି ଖେଳିବେ ମ୍ୟାଚ


ସିଡନୀରେ ଟିମ ଇଣ୍ଡିଆ (ଫାଇଲ ଫଟୋ)
ଆସନ୍ତା ୭ରୁ ଆରମ୍ଭ ହେବାକୁ ଯାଉଥିବା ୩ୟ ଟେଷ୍ଟ ପାଇଁ ଭାରତୀୟ ଦଳ ସୋମବାର ସିଡନୀରେ ପହଞ୍ଚିଛି। ସିଡନୀ ଟେଷ୍ଟ ପାଇଁ ଥିବା ସବୁ ପ୍ରୋଟୋକଲ ମାନି ଭାରତୀୟ ଦଳ ଏକାଠି ସିଡନୀରେ ପହଞ୍ଚିଛନ୍ତି। ସିଡନୀରେ ରହିବା ବେଳେ ଭାରତୀୟ ଖେଳାଳିଙ୍କୁ କେଉଁସବୁ ପ୍ରୋଟୋକଲ ମାନିବାକୁ ପଡ଼ିବ ତାହା ଜଣାଇ ଦିଆଯାଇଛି। ଏଥିସହ ଭାରତୀୟ ଦଳ ବ୍ରିସବେନରେ ଖେଳିବା ନେଇ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ଦୂର ହୋଇଛି ବୋଲି କୁହାଯାଇଛି। ବିସିସିଆଇ ପକ୍ଷରୁ ବ୍ରିସବେନରେ ମ୍ୟାଚ ଖେଳିବା ପାଇଁ ଯେଉଁସବୁ କଟକଣା ଧାର୍ଯ୍ୟ ହୋଇଛି, ତାହାକୁ ନେଇ କୌଣସି ପ୍ରତିବାଦ କରାଯାଇନି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ତେଣୁ ବ୍ରିସବେନ ଟେଷ୍ଟ ହେବା ନେଇ ଥିବା ଦ୍ବନ୍ଦ୍ବ ଦୂର ହୋଇଛି ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ସଡନୀରେ ପହଞ୍ଚିଥିବା ଭାରତୀୟ ଖେଳାଳିଙ୍କୁ ସବୁ ପ୍ରୋଟୋକଲ ମାନିବାକୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। କୌଣସି ଖେଳାଳି ପ୍ରାକ୍ଟିସ ସେସନ ବ୍ୟତୀତ ଆଉ କୌଣtrainସି ସ୍ଥିତିରେ ବାହାକୁ ଯାଇପାରିବେ ନାହିଁ ବୋଲି କୁହାଯାଇଛି। ସିଡନୀରେ କୋରୋନା ସଂକ୍ରମଣ ଅଧିକ ଥିବାରୁ ଭାରତୀୟ ଖେଳାଳିଙ୍କ ପାଇଁ କଟକଣା ବଢ଼ିଛି। ସିଡନୀ ଗସ୍ତ କରିବା ପୂର୍ବରୁ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି। ମାତ୍ର ୭ ତାରିଖ ମ୍ୟାଚ ପୂର୍ବରୁ ସିଡନୀରେ ପୁଣି ଥରେ ଆରଟି-ପିସିଆର ଟେଷ୍ଟ କରାଯିବ ବୋଲି ସ୍ଥିର ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ