୧୯୮୧ ୱାକଆଉଟ ପେଡ଼ି ଖୋଲିଲେ ଗାଭାସ୍କର


ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର ସୁନୀଲ ଗାଭାସ୍କର (ଫାଇଲ ଫଟୋ)
୧୯୮୧ରେ ମେଲବର୍ଣ୍ଣ ଟେଷ୍ଟର ୱାକଆଉଟ ଘଟଣା ସମ୍ପର୍କରେ ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର ସୁନୀଲ ଗାଭାସ୍କର ପୁଣି ଥରେ ମୁହଁ ଖୋଲିଛନ୍ତି। ଗାଭାସ୍କର କହିଛନ୍ତି ଯେ ସେ ତାଙ୍କ ଏଲବିଡବ୍ଲୁ ନିଷ୍ପତ୍ତି ପାଇଁ ନୁହେଁ, ଅଷ୍ଟ୍ରେଲୀୟ ଖେଳାଳିଙ୍କ ‘ଗେଟ ଲଷ୍ଟ’ ମନ୍ତବ୍ୟ ପାଇଁ ୱାକଆଉଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ୧୯୮୧ ମେଲବର୍ଣ୍ଣ ଟେଷ୍ଟରେ ଗାଭାସ୍କର ୭୦ ରନ କରି ଅନ୍ୟତମ ଓପନର ଚେତନ ଚୌହ୍ବାନଙ୍କ ସହ ବ୍ୟାଟିଂ ଜାରି ରଖିଥିଲା ବେଳେ ଡେନିସ ଲିଳିଙ୍କ ଇନ କଟର ଡେଲିଭରିରେ ବିଟ୍ ହୋଇଥିଲେ। ଆଉ କ୍ୟାରିୟରର ୩ୟ ଟେଷ୍ଟ ଅମ୍ପାୟରିଂ କରୁଥିବା ରେକ୍ସ ହ୍ବାଇଟହେଡ ତାଙ୍କୁ ଏଲବଡବ୍ଲୁ ଆଉଟ ଘୋଷଣା କରିଥିଲେ। ଯାହାକୁ ନେଇ ଗାଭାସ୍କର ଅସନ୍ତୋଷ ପ୍ରକାଶ କରିଥିଲେ। କାରଣ ବଲ ତାଙ୍କ ପ୍ୟାଡରେ ବାଜିବା ପୂର୍ବରୁ ବ୍ୟାଟର ଇନସାଇଡ ଏଜ୍ ନେଇଥିଲା। ତେଣୁ ଅମ୍ପାୟରଙ୍କ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଗାଭାସ୍କର ଦୀର୍ଘ ସମୟ ପିଚରେ ଛିଡା ହୋଇ ରହିଥିଲେ।

ଏହାପରେ ସାଥୀ ଓପନର ଚେତନ ଚୌହାନଙ୍କ ସହ ଏନେଇ ଆଲୋଚନା କରୁଥିଲା ବେଳେ ଅଷ୍ଟ୍ରେଲୀୟ ଖେଳାଳି ‘ଗେଟ ଲଷ୍ଟ’ ବୋଲି ମନ୍ତବ୍ୟ ଦେଇଥିଲେ। ଯାହା ତାଙ୍କୁ ଖୁବ ବାଧିଥିଲା। ଆଉ ସେ ଚେତନ ଚୌହ୍ନାନଙ୍କୁ ତାଙ୍କ ସହ ୱାକଆଉଟ କରିବା ପାଇଁ କହିଥିଲେ। ଏହାପରେ ଉଭୟେ ୱାକଆଉଟ କରିଥିଲେ। ମାତ୍ର ସେମାନେ ବାଉଣ୍ଡରୀ ଅତିକ୍ରମ କରିବା ପୂର୍ବରୁ ଟିମ ମ୍ୟାନେଜର ଶାହିଦ ଦୁରାନୀ ଓ ଆସିଷ୍ଟାଣ୍ଟ ମ୍ୟାନେଜର ବାପୁ ନାଦକର୍ଣ୍ଣି ଆସି ଆମ ସହ ଆଲୋଚନା କରିଥିଲେ। ମୁଁ ସେମାନଙ୍କୁ ଇନସାଇଡ ଏଜ ସତ୍ତ୍ବେ ଅମ୍ପାୟର ଆଉଟ କଲେ ବୋଲି ବୁଝାଇଥିଲି। ଅବଶ୍ୟ ପୂର୍ବରୁ ଗାଭାସ୍କର ତାଙ୍କର ଏହି ନିଷ୍ପତ୍ତି ପାଇଁ ଦୁଃଖପ୍ରକାଶ କରିସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ