ଟେଷ୍ଟ ମାନ୍ୟତା: ରାହାଣେ ଷଷ୍ଠ, ଅଶ୍ବିନ ସପ୍ତମ, କୋହଲି ଦ୍ବିତୀୟରେ ଅପରିବର୍ତ୍ତିତ


ଅଜିଙ୍କ୍ୟ ରାହାଣେ ଓ ରବିଚନ୍ଦ୍ରନ ଅଶ୍ବିନ (ଫାଇଲ ଫଟୋ)
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଗୁରୁବାର ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି। ୨୦୨୦ ବର୍ଷ ଶେଷରେ କେଉଁ ଖେଳାଳିଙ୍କ ମାନ୍ୟତା କ’ଣ ରହିଛି, ତାହା ତାଲିକାରେ ଦର୍ଶାଯାଇଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବ୍ୟାଟିଂ ମାନ୍ୟତାରେ ପୂର୍ବପରି ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ନ୍ୟୁଜିଲାଣ୍ଡର କେନ ୱଲିୟମସନ ତାଙ୍କର ଶୀର୍ଷ ମାନ୍ୟତା ବଜାୟ ରଖି କ୍ୟାଲେଣ୍ଡର ବର୍ଷ ଶେଷ କରିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ମେଲବର୍ଣ୍ଣ ଟେଷ୍ଟରେ ଖରାପ ପ୍ରଦର୍ଶନ ପାଇଁ ପୂର୍ବପରି ୩ୟ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି। ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ସବୁଠୁ ବେଶି ଫାଇଦା ପାଇଛନ୍ତି ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ। ରାହାଣେ ମେଲବର୍ଣ୍ଣ ଟେଷ୍ଟରେ ତାଙ୍କ ଶତକୀୟ ଇନିଂସ ପାଇଁ ୫ଟି ସ୍ଥାନ ଉପରକୁ ଉଠି ଟପ ଟେନର ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଗତବର୍ଷ ଅକ୍ଟୋବରରେ ରାହାଣେ ତାଙ୍କ କ୍ୟାରିଅର ବେଷ୍ଟ ମାନ୍ୟତା ପଞ୍ଚମ ସ୍ଥାନ ଠାରୁ ଗୋଟିଏ ସ୍ଥାନ ପଛରେ ରହିଛନ୍ତି। ଚେତେଶ୍ବର ପୂଜାରା ମାନ୍ୟତାରେ ଦଶମ ସ୍ଥାନକୁ ଖସି ଯାଇଛନ୍ତି। ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଟେଷ୍ଟ ମାନ୍ୟତାର ଟପ ଟେନରେ ନାହାନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳର ମାରନସ ଲାବୁସେନ ୪ର୍ଥ ସ୍ଥାନରେ ରହିଥିଲା ବେଳେ ପାକିସ୍ତାନର ବାବର ଆଜମ ପଞ୍ଚମ ସ୍ଥାନରେ ରହିଛନ୍ତି।

ସେହିପରି ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ରବିଚନ୍ଦ୍ରନ ଅଶ୍ବିନ ଶ୍ରେଷ୍ଠ ଭାରତୀୟ ବୋଲର ଭାବେ ସପ୍ତମ ସ୍ଥାନରେ ରହିଛନ୍ତି। ଜସପ୍ରୀତ ବୁମରା ନବମ ସ୍ଥାନକୁ ଉନ୍ନୀତ ହୋଇ ଟପ ଟେନ ବୋଲର ତାଲିକାରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍ଟ କମିନ୍ସ ୯୦୬ ପଏଣ୍ଟ ସହ ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଅଲରାଉଣ୍ଡର ମାନ୍ୟତାରେ ୩ୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ସେହିପରି ବ୍ୟାଟିଂ ମାନ୍ୟତାରେ ୩୬ତମ ଓ ବୋଲିଂ ମାନ୍ୟତାରେ ଚତୁର୍ଦ୍ଦଶ ସ୍ଥାନରେ ରହିଛନ୍ତି ଜାଡେଜା। ମେଲବର୍ଣ୍ଣରେ ଟେଷ୍ଟ ଡେବ୍ୟୁରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓବପନର ଶୁବମନ ଗିଲ ୭୬ତମ ସ୍ଥାନରେ ରହିଥିଲା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ ବୋଲିଂ ମାନ୍ୟତାରେ ୭୭ତମ ସ୍ଥାନରେ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ